Latest Odisha News

BREAKING NEWS

ଦୁଇଦିନିଆ ଜାତୀୟ କର୍ମଶାଳା ଓ ଖାଦ୍ୟମେଳା ଉଦ୍‌ଘାଟିତ

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ୨୧ଟି କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା ମଧ୍ୟରୁ ଅନ୍ୟତମ ତଥା ନିଜ ବର୍ଗର ଏକ ଉତ୍କୃଷ୍ଟ ଶିକ୍ଷା ସଂସ୍ଥାନ ।

ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ତଥା ‘କର୍ମଚାରୀ ଓ ଛାତ୍ର ବିନିମୟ’ ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟର ଆଞ୍ଚଳିକ ଖାଦ୍ୟ ବିଷୟରେ ଅବଗତ କରାଇବା ନିମନ୍ତେ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ଭୁବନେଶ୍ୱର ଓ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନ ମୁମ୍ବାଇର ମିଳିତ ଆନୁକୂଲ୍ୟରେ ବୀର ସରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାନରେ ୧୪ ଫେବୃୟାରୀ ୨୦୨୦ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ‘ମରାଠୀ ଖାଦ୍ୟୋତ୍ସବ’ । ଏତଦ୍ ବ୍ୟତୀତ ସଂସ୍ଥାନ ଦ୍ୱାରା ୧୪ ଏବଂ ୧୫ ଫେବୃୟାରୀକୁ ‘ଆତିଥ୍ୟି ଓ ପର୍ଯ୍ୟଟନ ଶିଳ୍ପରେ ଉଦ୍ୟମଶୀଳତା-ନୂତନ ଟ୍ରେଣ୍ଡ ଓ ତାର ଆହ୍ୱାନ’ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ ଜାତୀୟସ୍ତରୀୟ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସମ୍ମାନନୀୟ ରାଜ୍ୟ ମନ୍ତ୍ରୀ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଓ  ସୁବ୍ରତୋ ବାଗ୍‌ଚି, ଅଧ୍ୟକ୍ଷ, ଓଡ଼ିଶା କୌଶଳ ବିକାଶ ନିୟୋଗଙ୍କ କରକୂଲ୍ୟରେ ଉଦ୍‌ଘାଟିତ ହୋଇଥିଲା ଏହି ସମ୍ମିଳନୀ ।

ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ  ବିଶାଳ ଦେବ, ଆଇଏଏସ୍‌., ଆୟୁକ୍ତ ସହ ସଚିବ,  ସଚିନ ରାମଚନ୍ଦ୍ର ଯାଦବ, ଆଇଏଏସ୍‌, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଏବଂ ଅନେକ ପ୍ରମୁଖ ସଚିବ, ଅଧିକାରୀ, ପ୍ରସିଦ୍ଧ ସେଫ୍‌, ହୋଟେଲ ଶିଳ୍ପପତି ଓ ମନ୍ତ୍ରୀ ଏହି ଉତ୍ସବରେ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମ୍ମିଳନୀ ଶେଷରେ ସଂସ୍ଥାର ପ୍ରାଧାନଚାର୍ଯ୍ୟା  ଶାରଦା ଘୋଷ ସମ୍ମିଳନୀର ବିପୁଳ ସଫଳତା ପାଇଁ ସଂସ୍ଥାନର କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟିକୁ ଅବିନାଶ ଦାଶ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.