Latest Odisha News

BREAKING NEWS

ରାଗିଂର ଭୟଙ୍କର ରୂପ, ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବଲ୍ସ… 

ଥିରୁବନନ୍ତପୁରମ: କେରଳର ଏକ ସରକାରୀ କଲେଜରେ ରାଗିଂର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପାଞ୍ଚ ଜଣ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ରାଗିଂ ନାମରେ ସମସ୍ତ ବର୍ବରତାକୁ ଟପିଯାଇଛନ୍ତି।

ଏହି ଘଟଣାଟି କୋଟ୍ଟାୟମର ସରକାରୀ ନର୍ସିଂ କଲେଜରେ ଘଟିଛି। ଅଭିଯୋଗ ଅନୁଯାୟୀ ପାଞ୍ଚ ଜଣ ସିନିଅର ଛାତ୍ର ମିଶି ତିନି ଜଣ ପ୍ରଥମ ବର୍ଷର ଛାତ୍ରଙ୍କ ଉପରେ ରାଗିଂ କରିଥିଲେ। ଏହି ତିନି ଛାତ୍ର ଥିରୁବନନ୍ତପୁରମର ବୋଲି ଜଣାପଡିଛି।

ଏହି ଛାତ୍ରମାନେ କୋଟ୍ଟାୟମ ଗାନ୍ଧୀନଗର ଥାନାରେ ଏନେଇ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ତେବେ ପାଞ୍ଚ ଜଣ ଛାତ୍ର ଗତ ବର୍ଷ ନଭେମ୍ବର ମାସରୁ ରାଗିଂ ଆରମ୍ଭ କରିଥିଲେ।

ପୋଲିସର ସୂଚନା ମୁତାବକ, ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଉଲଗ୍ନ ଠିଆ ହେବାକୁ ବାଧ୍ୟ କରାଯାଇଥିଲା। ଯାହାପରେ ସିନିୟର ଛାତ୍ରମାନେ ସେମାନଙ୍କ ଗୁପ୍ତାଙ୍ଗରେ ଡମ୍ବଲ୍ସ ଝୁଲାଇ ରଖୁଥିଲେ। ଏହାବ୍ୟତୀତ ଜ୍ୟାମିତି ବାକ୍ସର କମ୍ପାସ ଏବଂ ଧାରୁଆ ଜିନିଷ ଦ୍ୱାରା ମଧ୍ୟ ଆଘାତ ଦିଆଯାଉଥିଲା।

ଅପରପକ୍ଷରେ ଅଭିଯୋଗ ପରେ ସମସ୍ତ ପାଞ୍ଚ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି। ଏପରିକି ସେମାନଙ୍କୁ ଆଣ୍ଟି-ରାଗିଂ ଆଇନ ଅନୁଯାୟୀ ଗିରଫ ମଧ୍ଯ କରାଯାଇଛି।

 

Comments are closed.