Latest Odisha News

BREAKING NEWS

ଭଦ୍ରକ ହସ୍ପିଟାଲ ବାହାରେ ଥିବା ନାଳରୁ ଔଷଧ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଦେଇ ଯାଇଥିବା କେନାଲ ପାର୍ଶ୍ୱରେ ବହୁ ପରିମାଣର ସରକାରୀ ଯୋଗାଣ ହେଉଥିବା ଅତ୍ୟାବଶ୍ୟକ ଔଷଧ ଗୁଡ଼ିକ ଫୋପାଡ଼ି ଦିଆଯାଇଥିବାର ଖବରକୁ ନେଇ ଅସନ୍ତୋଷ ଦେଖାଦେଇଛି।

ସ୍ଥାନୀୟ ବାସିନ୍ଦାମାନେ ଫୋପଡା ହୋଇଥିବା ଔଷଧ ବାବଦରେ ଲୋକଲୋଚନକୁ ଆଣିଛନ୍ତି। ନାଳରୁ ବହୁ ପରିମାଣର ଜୀବନ ରକ୍ଷାକାରୀ ଔଷଧ ଷ୍ଟ୍ରିପ ଏବଂ ବୋତଲ, ମଲଟି ଭିଟାମିନ୍ ଏବଂ କ୍ୟାଲସିୟମ୍ ଟାବଲେଟ୍ ଜବତ ହୋଇଛି। ଯାହାର ମୂଲ୍ୟ ହଜାର ହଜାର ଟଙ୍କା।

ସୂତ୍ରରୁ ଜଣାପଡ଼ିଛି ଯେ ଏହି ଔଷଧଗୁଡ଼ିକ ‘ନିରାମୟ ଯୋଜନା’ ଅଧୀନରେ ବିଭିନ୍ନ ଡାକ୍ତରଖାନାକୁ ଯୋଗାଇ ଦିଆଯାଉଥିବା ସରକାରୀ ଯୋଗାଣର ଏକ ଅଂଶବିଶେଷ। ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ନିରାମୟ ଯୋଜନାରେ ଓଡ଼ିଶାବାସୀଙ୍କୁ ଅତ୍ୟାବଶ୍ୟକୀୟ ଔଷଧ ମାଗଣାରେ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।

ତେବେ ସରକାରୀ ଡାକ୍ତରଖାନାରେ ବିନା ଶୁଳ୍କରେ ୫୭୦ଟି ଔଷଧ ଯୋଗାଇ ଦେବାକୁ ଉଦ୍ୟମ କରୁଥିବା ଏହି ମହତ୍ତ୍ୱାକାଂକ୍ଷୀ ପ୍ରୟାସର ସଫଳତା ଏବେ ପରିତ୍ୟକ୍ତ ଔଷଧ ମିଳିବା ପରେ ସନ୍ଦେହ ଘେରକୁ ଚାଲିଯାଇଥିବା ଜଣାପଡିଛି।

ଏହି ମେଡିସିନ୍ ଷ୍ଟ୍ରିପ ଗୁଡିକରେ ରାଜ୍ଯ ସରକାରଙ୍କ ଲୋଗୋ ରହିଥିବାରୁ ଏହା ରାଜ୍ୟ ମେଡିକାଲ କର୍ପୋରେସନ୍ ପକ୍ଷରୁ ଜାରି କରାଯାଇଥିବାର ସୂଚନା ମିଳିଛି।

Leave A Reply

Your email address will not be published.