Latest Odisha News

କଟକ ମାଲଗୋଦାମ୍ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ଜବତ , ଜଣେ ଗିରଫ

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । ଚା ପତି ,ଘିଅ ମସଲା ପରେ ଏବେ ଡିଟରଜେଣ୍ଟ ପାଉଡର ବି ନକଲି । କଟକରୁ ଧରା ହୋଇଛି କେଜେ କେଜି ଡିଟରଜେଣ୍ଟ ପାଉଡର । ମାଲଗୋଦାମ ଥାନା ଅଞ୍ଚଳରେ ଚାଲୁଥିବା ନକଲି ଡିଟରଜେଣ୍ଟ କମ୍ପାନୀ ଉପରେ ରେଡ କରିଛି ମାଲ ଗୋଦାମ ଥାନା ପୋଲିସ । ଜଣକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

ଏଥିସହ ଅନ୍ୟ ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ମିଳଛି । ଚଢାଉ ସମୟରେ ବିପୁଳ ପରିମାଣର ସର୍ଫ ସାମଗ୍ରୀ ,ନକଲି ଜରି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।ତେବେ ଡିଟରଜେଣ୍ଟ ସର୍ଫ୍ଏକ୍ସେଲ ବ୍ରାଣ୍ଡ କମ୍ପାନୀ ନାରେ ବେଧଡକ ଭାବେ ଚାଲିଥିବା ବେପାର । କଟକ ସହ ଅନ୍ୟ ଜିଲ୍ଲାକୁ ସବୁ ଏହି ଡିଟରଜେଣ୍ଟ ପଠାଯାଇ ବିକ୍ରି କରାଯାଉଥିଲା ।

ଏନେଇ ପୋଲିସ ମାଲଗୋଦାମ ଥାନାରେ ଏକ ମାମଲା ରୁଜୁ କରିଛି । ଏପରିକି ସଦର ଥାନା ଅନ୍ତର୍ଗତ ଖଣ୍ଡାଏତା ଏବଂ ମାହାଙ୍ଗା ଥାନା ଅନ୍ତର୍ଗତ ଉମର ଅଞ୍ଚଳରେ ଏହି କମ୍ପାନୀର ମାନୁଫ୍ୟାକଚରିଂ ୟୁନିଟ ଚାଲିଥିଲା ।କମ୍ପାନୀକୁ ରେଡ ପରେ ନକଲି ବେଆଇନ  ବୋଲି ଜାଣିବାକୁ ପାଇଛି ପୋଲିସ ।ତେବେ କେଉଁ କେଉଁ ଅଞ୍ଚଳରେ ନକଲି ଡିଟରଜେଣ୍ଟ ବିକ୍ରି କରାଯାଇଛି ସେସବୁର ତଦନ୍ତ ଜାରି ରହିଛି ବୋଲି ଜୋନ ଏସପି ସୂଚନା ଦେଇଛନ୍ତି ।

Comments are closed.