Latest Odisha News

ଅନୁଗୁଳରେ ଠାବ ହେଲା ନକଲି କାରଖାନା; ଜାଣନ୍ତୁ କ’ଣ ହେଉଥିଲା ତିଆରି

ଅନୁଗୁଳ: ଅନୁଗୁଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି କାରଖାନା ଉପରେ ଚଢ଼ାଉ କରିଛି ପୋଲିସ। ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ଶନିବାର ରାତି ପ୍ରାୟ ୯ ଟା ବେଳେ ଏହି କାରଖାନା ଉପରେ ଚଢ଼ାଉ କରିଥିବା ସୂଚନା।

ସୂଚନାନୁସାରେ, ଏଠାରେ ନକଲି କୁରକୁରେ ଓ ରିଂସ ପ୍ରସ୍ତୁତ ହେଉଥିଲା। ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସାମଗ୍ରୀ , ମସଲା ଓ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ ଜବତ କରାଯାଇଛି ।

ଏହା ସହ ଏହି କାରଖାନାର ମାଲିକ ସନ୍ଦୀପ ଗୋୟଲକୁ ଅଟକ ରଖାଯାଇଛି । ପ୍ରାୟ ପାଞ୍ଚ ବର୍ଷ ହେଲା ଏହି କାରଖାନା ଏଠାରେ ଚାଲିବା ସହ ବିଭିନ୍ନ କମ୍ପାନୀର ନାମରେ ପ୍ୟାକେଟ ସିଲ କରି ବଜାରରେ ବିକ୍ରି କରା ଯାଉଥିଲା ।

କୌଣସି ସୂତ୍ରରୁ ଖବର ପାଇ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ପୋଲିସ ଏଠାରେ ଚଢ଼ାଉ କରିଥିଲେ । ତଦନ୍ତ ପରେ ଏହି କାରଖାନା ଚାଲିବାର ସମସ୍ତ କାଗଜପତ୍ର ଠିକ ଅଛି ନା ନାହିଁ ତାହା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.