Latest Odisha News

କବିତା : ଅଦୃଶ୍ୟ

ମନୋଜ ରଥ 

BjdElectrycity

ନା ମୁଁ ନିଷ୍ପେଷିତରେ ଯାଏଁ
ନା ସ୍ଖଳିତରେ l
ମୋ ହକ୍ ପାଇଁ କେବେ ହେଇ ନାଇଁ କଉଠି ଯୁଦ୍ଧ କି ମତେ ଖତମ୍ କରିବାକୁ କେବେ ବାଜି ନାହିଁ ରଣବାଦ୍ୟ l
ନା ମୁଁ ଯୁଦ୍ଧର ଅଭିପ୍ରାୟ
ସ୍ଥାପିତ ଧର୍ମ କି ପ୍ରତିଷ୍ଠିତ ନ୍ୟାୟ
ନା ଯୁଦ୍ଧର କୌଣସି ଏକ ଠୋସ୍ କାରଣ
ଛ’ ଶ୍ରେଣୀର ଖାସ୍ ଆତତାୟୀ ଭିତରୁ କେହି ନୁହେଁ ମୁଁ
ଦୂର୍ଯ୍ଯୋଧନ କି ଦୁଃଶାସନ l
ମୁଁ ଯୋଦ୍ଧା ନୁହଁ କିନ୍ତୁ
ସବୁ ଯୁଦ୍ଧରେ ଥାଏଁ
ପାଣ୍ତବ ଓ କୌରବ ଉଭୟ ପକ୍ଷରେ l
ଯୁଦ୍ଧ କରିବା ସୈନୀକ ର ଧର୍ମ ଓ କର୍ମ
ତେଣୁ ସେ କାହାର ନୁହେଁ
ସେ ତ ଥାଏ କେବଳ ନିଜ ସେନାପତିର
ଆଦେଶ ସପକ୍ଷରେ l
” ଆକ୍ରମଣ ”  ର ରଡି ଶୁଣି
ଡେଇଁ ପଡେ ମାରିବାକୁ ନ ହେଲେ ମରିବାକୁ l
ସେଇ ସିପାହୀ ମାନଙ୍କର କୁହୁଳୁ ଥିବା ଛାତିକୁ ମୁଁ ଫୁଙ୍କ ନଳା ରେ ଫୁଙ୍କେ , ମୁଁ ସେମାନଙ୍କ ଚୁଲି ଜାଳେ
ସେମାନଙ୍କ କ୍ଷତରୁ ଝରିଥିବା ରକ୍ତକୁ
ମଳ ମୂତ୍ର ଝାଳ ଓ ଆତ୍ମୀୟଙ୍କ ସ୍ମ୍ରୁତିରୁ ଝରି ଥିବା
ଅଜସ୍ର ଲୁହକୁ ଫିନାଇଲ୍ ରେ ଧୋଇ ଦିଏ
ସେମାନଙ୍କର ବେତନର ଓ ଦହନର ହିସାବ୍ ରଖେ
ରୋଜ୍ ରାତିରେ ଯୁଦ୍ଧ ବିରତିରେ
ସେମାନଙ୍କର ହାଣ ଖାଇଥିବା ମନର କିତାବ୍ ଲେଖେ
ସେ ସିପାହୀ ମାନଙ୍କର ଛୁଆ ମାନଙ୍କୁ
ସମସ୍ତଙ୍କ ଅଲକ୍ଷରେ
ଅତି ସ୍ବଳ୍ପ ବେତନରେ
ଦୂରାନ୍ତରେ ଥିବା ଗହନ ସ୍ଥାନରେ ଶିକ୍ଷା ଦିଏଁ ମୁଁ
ନା ଦ୍ରୋଣାଚାର୍ଯ୍ୟ ନା ଚାଣକ୍ୟର ଆକ୍ଷା ପାଏଁ ମୁଁ
ମୋ ରଣକ୍ଷେତ୍ର ରାତିର ସୁପ୍ତ ଶିବିର
କିମ୍ବା ବିରତିର ସୂର୍ଯ୍ୟାସ୍ତ ସହର
ମୋ ରଣକ୍ଷେତ୍ର ପାହାଚ ପାହାଚ
ଆଜି ଏ ଦପ୍ତର୍ କାଲି ସେ ଦପ୍ତର୍ l
ଅନ୍ଧାର ମୋର ଚିର ସହଚର
ଅଦୃଶ୍ୟ ମୋ କ୍ଷତ
ଅତି କ୍ଷୁଦ୍ର ମଧ୍ୟବିତ ସ୍ବାର୍ଥ ସହ ମୋ ସର୍ବଦା ଯୁଦ୍ଧ l
ନା ମୁଁ ମାଗି ପାରେ ଭିକ
ନା ଜତେଇ ପାରେ ହକ୍
ମୋର ଜାତି ଧର୍ମ ଏକ୍
ମୋ ଦୁଃଖର ଭାଷା
ସାରା ରାଜ୍ଯରେ ଏକ୍
ସାରା ସାମ୍ରାଜ୍ୟରେ ଏକ୍ ମୋ ଯନ୍ତ୍ରଣା
ମୋ ସଂଖ୍ୟା ନ୍ଯୁନ
ମୋ ଆକ୍ଷା ଶୂନ
ନା ମୁଁ କର ଦେବାକୁ ଯୋଗ୍ୟ
ନା ସରକାରୀ ବର ମୋ ଭୋଗ୍ୟ
ତଥାପି
ଫୁଲ୍ ଜୋସ୍ ରେ ମୁଁ ବଜାଏ ତାଳି ଥାଳି
ଜାଳେ ଦୀପାଳୀ
ଗାଏ ଦେଶ ଓ ରାଜ୍ୟର ବନ୍ଦନା
ମୁଁ ଦିଶେ ନାହିଁ କେବେ
ସେ ମହାଭାରତ ହଉ କି
ହଉ ପଛେ କରୋନା l

ଜୟହିନ୍ଦ୍

Leave A Reply

Your email address will not be published.