Latest Odisha News

BREAKING NEWS

ସାବଧାନ ! ବଜାରରେ ମିଳୁଛି ନକଲି ରସୁଣ : ହେଲେ ଚିହ୍ନିବେ କେମିତି? ଜାଣନ୍ତୁ..

ନୂଆଦିଲ୍ଲୀ: ବଜାରରୁ ରସୁଣ କିଣିବା ବେଳେ ହୋଇଯାନ୍ତୁ ସାବଧାନ  । କାହିଁକି ନା ଏବେ ବଜାରରେ ବିକ୍ରି ହେଉଛି ନକଲି ରସୁଣ  । ନକଲି ସମାଗ୍ରୀ ତିଆରି କରିବାରେ ମାହିର ଥିବା ଚୀନ୍ ବର୍ତ୍ତମାନ ନକଲି ତିଆରି କରୁଥିବା ଚର୍ଚ୍ଚା ହେଉଛି । ଯାହାକି ଏବେ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଯାହା ଦେଖିବାକୁ ବହୁତ ଧଳା ଏବଂ ସୁନ୍ଦର। କିନ୍ତୁ ଏଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି କୁହାଯାଉଛି। ତେବେ ସବୁଠାରୁ ବଡ ପ୍ରଶ୍ନ ମନକୁ ଆସୁଛି  ।

ଏଗୁଡିକୁ ଆମେ ଚିହ୍ନିବା କିପରି ? ଯଦି ଆପଣ ଚାଇନାର ନକଲି ରସୁଣ ଚିହ୍ନଟ କରିବାକୁ ଚାହୁଁଛନ୍ତି, ଏହାର ପଦ୍ଧତି ଅତି ସହଜ। ବଜାରରେ ବିକ୍ରି ହେଉଥିବା ଏହି ନକଲି ରସୁଣ ଦେଖିବାକୁ ବହୁତ ଧଳା ଅଟେ। ଏଗୁଡ଼ିକରେ କୌଣସି ଦାଗ ଦେଖାଯିବ ନାହିଁ। ତାହାକୁ ଚିହ୍ନିବା ପାଇଁ, ରସୁଣଟିକୁ ଓଲଟାନ୍ତୁ। ଯଦି ଏହାର ନିମ୍ନ ଭାଗରେ ଦାଗ ଦୃଶ୍ୟମାନ ହୁଏ , ତେବେ ଏହାର ଅର୍ଥ ହେଉଛି ଏହା ପ୍ରକୃତ ଅଟେ। ଯଦି ଏହା ପଛରେ ସମ୍ପୂର୍ଣ୍ଣ ଧଳା ଦାଗ ରହିଛି, ତାହାଲେ ତାହା ଚାଇନାର ବିଷାକ୍ତ ନକଲି ରସୁଣ। ଏଣୁ ସେସବୁ କିଣିବା ଠାରୁ ଦୂରେଇ ରୁହନ୍ତୁ। ସେପଟେ ଚୀନ୍‌ରୁ ଆମଦାନି କରାଯାଉଥିବା ରସୁଣ ସ୍ବାସ୍ଥ୍ୟପ୍ରତି ବିପଦ ମୁକ୍ତ କି, ନୁହେଁ, ତାହା ଉପରେ ତଦନ୍ତ କରିବା ଲାଗି ଦାବି କରିଛନ୍ତି ଆମେରିକା ସିନେଟର୍‌  ।

Comments are closed.