ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ, ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୮ ଖେଳାଳି ଚୟନ 

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ । କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ବର୍ଗର ମୋଟ ୧୫ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ୮ ଜଣଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି । ଯେଉଁମାନଙ୍କ ମଧ୍ୟରେ 7 ଜଣ ପୁରୁଷ ଓ ଜଣେ ମହିଳା ଖେଳାଳି ଅଛନ୍ତି । ଆଗମୀ ଅଗଷ୍ଟ ମାସରେ ବେଙ୍ଗାଳୁରୁରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ଏହି ୮ ଜଣ ଖେଳାଳି । 

ଇଣ୍ଡିଆନ ହ୍ୱିଲ୍ ଚେୟାର ଟେନିସ ଟୁର୍, (IWTT) ସହଯୋଗରେ ଚକଲେଟ୍ ଗ୍ରୁପ୍ ଦ୍ୱାରା ଗୁରୁକୁଳ ଟେନିସ୍ ରିସୋର୍ଟରେ ଚାଲିଥିବା ୩ ଦିନିଆ କର୍ମଶାଳା ରବିବାର ଉଦଯାପିତ ହୋଇଯାଇଛି । 

ଅନ୍ୟପଟେ ଉଦଯାପିତ ସମାରୋହରେ ‘ସମ୍ଭାବନା’ର ସିଇଓ ତଥା ସମାଜସେବୀ ଡ଼. ସ୍ରୁତୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ଅଶଂଗ୍ରହଣକାରୀ ଖେଳାଳିଙ୍କୁ ରାକେଟ୍ ଦେବା ସହ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ।