Latest Odisha News

BREAKING NEWS

ଲୋକସେବା ଭବନ ପାଇଁ ଜାଲ୍ ପାସ୍, ଆଇଟି ପ୍ରୋଗ୍ରାମରଙ୍କ ସହ ନକଲି ଅଧିକାରୀ ଗିରଫ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ଲୋକସେବା ଭବନ ମଧ୍ୟକୁ ପରିଚୟ ପତ୍ର ବିନା ପ୍ରବେଶ ଅସମ୍ଭବ । କିନ୍ତୁ ଆପଣ ଲୋକସେବା ଭବନକୁ ପ୍ରବେଶ କରି ପାରିବେ ଜାଲ୍ ପାସ୍ ନେଇ । ଜାଲ୍ ପାସରେ ଲୋକସେବା ଭବନକୁ ପ୍ରବେଶ କରୁଥିବା ଜଣେ ନକଲି ସମବାୟ ଅଧିକାରୀଙ୍କ ସହ ଜାଲ୍ ପାସ୍ ଦେଇଥିବା ଆଇଟି ପ୍ରୋଗ୍ରାମରଙ୍କୁ ଗିରଫ କରାଯାଇଛି ।

ଆଇଟି ପ୍ରୋଗ୍ରାମର ରାକେଶ ରୋସନ ପ୍ରଧାନ (୨୯) ଓ ନକଲି ସମବାୟ ଅଧିକାରୀ ସମୀର କୁମାର ବର୍ମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାପିଟାଲ୍ ଥାନା ପୋଲିସ । ଜାଲ୍ ପାସରେ ପ୍ରବେଶ ଘଟଣା ଜଣା ପଡ଼ିବା ପରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଦୋଷ ଛଡ଼ାଇବାକୁ ଯାଇ ଗୃହ ବିଭାଗ ମାଧ୍ୟମରେ ସଚିବାଳୟକୁ ଛୁଟିଦିନରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।

ଯାହାକୁ ନେଇ ସଚିବାଳୟରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ପାଇଛି । ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ କହିଛନ୍ତି, ସଚିବାଳୟର କର୍ମଚାରୀ ସଦାସର୍ବଦା ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାନ୍ତି । ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀମାନଙ୍କ ଭୁଲକୁ ରକ୍ଷା କରିବାକୁ ଯାଇ ସଚିବାଳୟର ଯୁବ ଅଧିକାରୀ ମାନଙ୍କ ଉପରେ ଦୋଷ ଲଦି ଦିଆଯାଇଛି ।

Leave A Reply

Your email address will not be published.