Latest Odisha News

ଶୁଭମନଙ୍କ ଶତକ, ହାଇଦ୍ରାବାଦ ସମ୍ମୁଖରେ ୧୮୯ ରନର ଟାର୍ଗେଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଗୁଜରାଟ ଟାଇଟନ୍ସର ଶୁଭମନ ଗିଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ଶତକ ମାରିଛନ୍ତି । ତାଙ୍କ ଶତକ ବଳରେ ଗୁଜରାଟ ୧୮୯ ରନର ଟାର୍ଗେଟ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ସେ ୫୮ ବଲରେ ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ୧୦୧ ରନ କରିଥିଲେ । ସାଇ ସୁଦର୍ଶନ ୪୭ ରନର ଇନିଂସ ଖେଳିଥିଲେ । ଗୁଜରାଟର ବ୍ୟାଟିଂ ଦେଖି ଏକଦା ଏହା ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବ ବୋଲି ଆଶା କରାଯାଉଥିଲା । ଦଳ ୧୪.୧ ଓଭରରେ ୧୪୭ ରନରେ ୨ଟି ୱିକେଟ ହରାଇଥିଲା ।

ମାତ୍ର ଏହା ପରେ ହାଇଦ୍ରାବାଦ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ ୪୧ ରନରେ ୭ଟି ୱିକେଟ ହରାଇଥିଲା । ଭୁବନେଶ୍ୱର କୁମାର ଦଳ ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କୋ ଜାନଶେନ, ଫଜଲହକ ଫାରୁକି ଓ ତ୍ୟାଗୀ ନଟରାଜନ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଗୁଜରାଟ ଏହି ମ୍ୟାଚରେ ବିଜୟ ହାସଲ କରି ପ୍ଲେ ଅଫ ପ୍ରବେଶ ଲକ୍ଷ୍ୟରେ ରହିବ । ଟସ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.