ବ୍ରହ୍ମପୁର: ବିଗତ କିଛିଦିନ ହେବ ପ୍ରଥମେ କଟକ ପରେ ଭୁବନେଶ୍ୱର ଏହାପରେ କ୍ରମାଗତ ଭାବେ ଅନେକ ଜିଲ୍ଲାରୁ ନକଲି ସାମଗ୍ରୀର କାରଖାନା ଠାବ ହୋଇ ଆସୁଛି। ପୁଣି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ନକଲି ସସ୍ ଫ୍ୟାକ୍ଟ୍ରି ଠାବ ହୋଇଥିବା ସୂଚନା ମିଳିଛି। ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗର ପ୍ରଥମ ଲାଇନରେ ଥିବା ଏହି ନକଲି ସସ୍ ଫ୍ୟାକ୍ଟ୍ରିକୁ ଗତକାଲି ପୋଲିସ୍ ଠାବ କରିଛି।
ସୂଚନାନୁସାରେ, ଫ୍ୟାକ୍ଟ୍ରିରୁ ବିପୁଳ ପରିମାଣର ଅପମିଶ୍ରିତ ଟମାଟୋ, ଚିଲି ଓ ସୋୟା ସସ୍ ଜବତ କରିଛି ପୋଲିସ। ସହରର ବିଭିନ୍ନ ସ୍ଥାନକୁ ଏହି ଅପମିଶ୍ରିତ ସସ୍ ପଠାଯାଉଥିବା ବେଳେ ଏହି ଅପମିଶ୍ରିତ ସସ୍ ବୋତଲରେ ବିଭିନ୍ନ ନାମୀଦାମୀ କମ୍ପାନୀର ଷ୍ଟିକର ଲଗାଯାଇ ବଜାରକୁ ବିକ୍ରି ପାଇଁ ଛଡ଼ାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ପୋଲିସ୍ ଫ୍ୟାକ୍ଟ୍ରି ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।
Comments are closed.