Latest Odisha News

BREAKING NEWS

ଝାରପଡ଼ା ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର, ଆରମ୍ଭ ହେବ ଇ-ଲାଇବ୍ରେରୀ

ଭୁବନେଶ୍ୱର: ଜେଲରେ ମିଳିବ ଡିଜିଟାଲ୍ ଶିକ୍ଷା । ସ୍ମାର୍ଟ ହେବେ କଏଦୀ । ଜାନୁଆରୀ ୨୬ ତାରିଖରୁ ଝାରପଡ଼ା ଜେଲରେ କଏଦୀଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି କମ୍ପ୍ୟୁଟର ପାଠ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୨୬ ଜଣ କଏଦୀ କମ୍ପ୍ୟୁଟର ଶିଖିବେ । କଏଦୀଙ୍କ ଲାଗି ଝାରପଡ଼ା ଜେଲରେ ୩୦ଟି କମ୍ୟୁଟର ବ୍ୟବସ୍ଥା କରାଯାଇଛି ।

ଏଥିସହ ଝାରପଡ଼ା ଜେଲରେ ପାଠ ପଢ଼ିବା ପାଇଁ ଇ-ଲାଇବ୍ରେରୀ ଆରମ୍ଭ ହେବ । ଏବେ ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ୮୦ ଜଣ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ଅଧିକାଂଶ ଜେଲରେ ରହି ଯୁକ୍ତ ୨, ଯୁକ୍ତ ୩ ଓ ପିଜି କରୁଛନ୍ତି । କଏଦୀଙ୍କ ଲାଗି ବୈଷୟିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଜେଲ ଅଧୀକ୍ଷକ ଡି.ଏନ୍ ବାରିକ ସୂଚନା ଦେଇଛନ୍ତି ।

ଝାରପଡ଼ା ଜେଲରେ କଏଦୀଙ୍କୁ ଖବରକାଗଜ ସହ ମହାପୁରୁଷଙ୍କ ଆତ୍ମଜୀବନୀ ପଢ଼ିବାକୁ ଦିଆଯାଉଛି । ଖୁବଶୀଘ୍ର ଝାରପଡ଼ା ଜେଲରେ ଶ୍ରେଣୀ ବ୍ୟବସ୍ଥା କରାଯିବ । ଜେଲର ଶ୍ରେଣୀ ଗୃହରେ ପାଠପଢି ଉଚ୍ଚ ଶିକ୍ଷିତ ହେବେ କଏଦୀ । ଜେଲ ମାନୁଆଲରେ ପରିବର୍ତ୍ତନ ପରେ ଏଭଳି ବ୍ୟବସ୍ଥା କରାଯାଉଛି । ଯାହାକି କଏଦୀମାନଙ୍କୁ ସ୍ୱାକ୍ଷର କରିବ ।

Leave A Reply

Your email address will not be published.