Latest Odisha News

ଦୁର୍ଗା ମୂର୍ତ୍ତି ଉଚ୍ଚତା; ଏହି ୯ ପୂଜା ମଣ୍ଡପକୁ ହାଇକୋର୍ଟଙ୍କ ଆଶ୍ୱସ୍ତି

କଟକ: ଓଡ଼ିଶା ହାଇକୋର୍ଟ କଟକ ସହରରେ ଆଠଟି ପୂଜା କମିଟି ଏବଂ ପୁରୀ ସହରର ଗୋଟିଏ କମିଟିକୁ ଦୁର୍ଗା ପୂଜା କରିବାକୁ ସୋମବାର ଦିନ ଅନୁମତି ଦେଇଛନ୍ତି।

ଦେବୀଙ୍କ ପ୍ରତିମାକୁ ୪ ଫୁଟରୁ ଅଧିକ ଉଚ୍ଚ କରିଥିବା ୯ଟି ପୂଜା କମିଟିକୁ ଆଡଭୋକେଟ୍ ଜେନେରାଲଙ୍କ ରିପୋର୍ଟ ଆଧାରରେ ପୂଜାପାଠ କରିବାକୁ ଅନୁମତି ଦିଆଯାଇଛି।

ତେବେ ଉକ୍ତ ମୂର୍ତ୍ତି ଗୁଡ଼ିକର ବିସର୍ଜନ ଭାର ପ୍ରଶାସନ ନେବ ବୋଲି କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟ ମଧ୍ୟରେ ସୀମିତ ରଖିବାକୁ ରାଜ୍ୟ ସରକାର ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା।

Leave A Reply

Your email address will not be published.