Latest Odisha News

BREAKING NEWS

ଜାଣନ୍ତୁ, କାହିଁକି ପାଳିତ ହୁଏ ‘ନବରାତ୍ରୀ’

ଭୁବନେଶ୍ୱର: ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ ।

‘ନବରାତ୍ରୀ’ ପାଳନ ପଛରେ କ’ଣ ରହିଛି ପୌରାଣିକ କଥା । ଶାସ୍ତ୍ରମତେ ‘ନବରାତ୍ରୀ’ ଉତ୍ସବ ପାଳନ ପଛରେ କିଛି ପୌରାଣିକ ଗାଥା ରହିଛି ।

ଅଧିକ ପଢନ୍ତୁ- ନବରାତ୍ରୀ ଅବସରରେ ଆସନ୍ତୁ ଜାଣିବା କେଉଁ ଦିନ କ’ଣ ଭୋଗ କଲେ ମାଆ ପ୍ରସନ୍ନ ହେବେ

ପ୍ରଥମଟି ମହିଷାସୁର ନାମକ ଜଣେ ରାକ୍ଷସ ବ୍ରହ୍ମାଙ୍କ ଭକ୍ତ ଥିଲେ । ନିଜର କଠୋର ତପସ୍ୟା ବଳରେ ମହିଷାସୁର ବ୍ରହ୍ମଦେବଙ୍କୁ ପ୍ରସନ୍ନ କରିଥିଲେ । କୌଣସି ଦେବ, ଦାନବ ତଥା ମନୁଷ୍ୟ ତାକୁ ମାରି ପାରିବେ ନାହିଁ ବୋଲୀ ସେ ବ୍ରହ୍ମାଙ୍କ ଠାରୁ ବରଦାନ ପାଇଥିଲେ । ପରବର୍ତ୍ତୀ ସମୟରେ ଏହି ବରଦାନ ପାଇ ମହିଷାସୁର ମନ ମଧ୍ୟରେ ପାପ ଚିନ୍ତା ଘାରିଥିଲା । ଯାହାଫଳରେ ସେ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ତିନି ଲୋକରେ ଆତଙ୍କ ଖେଳାଇଥିଲା । ତା’ର ଆତଙ୍କରେ ଅତିଷ୍ଠ ହୋଇ ସମସ୍ତେ ତ୍ରୀଦେବଙ୍କ ଶରଣ ପଶିଥିଲେ । ପରେ ମହିଷାସୁର ଅତ୍ୟାଚାରରୁ ରକ୍ଷା କରିବା ଲାଗି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମିଳିତ ଭାବେ ଦେବୀ ଦୁର୍ଗାଙ୍କ ଆର୍ବିଭାବ କରିଥିଲେ ।

ଅଧିକ ପଢନ୍ତୁ- ନବରାତ୍ରୀରେ ମା’ଙ୍କ ନଅ ରୂପ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବେଶ

ପରେ ମା’ ଦୁର୍ଗା ଓ ମହିଷାସୁର ମଧ୍ୟରେ ଲଗାତାର ୯ ଦିନ ଯାଏଁ ଘମାଘୋଟ ଯୁଦ୍ଧ ହୋଇଥିଲା । ଯୁଦ୍ଧର ଦଶମ ଦିନରେ ଦେବୀ ଦୁର୍ଗା ମହିଷାସୁରର ବଦ୍ଧ କରିବା ସହ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥିଲା ।

ଅନ୍ୟ ଏକ ପୌରାଣିକ କଥାନୁଯାୟୀ ଭଗବାନ ରାମ ଲଙ୍କା ଉପରେ ଆକ୍ରମଣ କରିବା ପୂର୍ବରୁ ତଥା ରାବଣ ସହ ଯୁଦ୍ଧ କରି ବିଜୟୀ ହେବା ପାଇଁ ମା’ ଭଗବତୀଙ୍କ ଆରାଧନା କରିଥିଲେ । ରାମେଶ୍ୱରରେ ସେ ୯ ଦିନ ଯାଏଁ ଦେବୀଙ୍କ ଆରାଧନା କରିଥିଲେ । ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଯୁଦ୍ଧରେ ବିଜୟୀ ହେବା ଲାଗି ଦେବୀ ଆଶିର୍ବାଦ ଦେଇଥିଲେ । ଶ୍ରୀରାମ ଦଶମ ଦିନରେ ହିଁ ରାବଣକୁ ଯୁଦ୍ଧରେ ପରାସ୍ତ କରି ଲଙ୍କା ଉପରେ ବିଜୟ ଲାଭ କରିଥିଲେ । ଯାହାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ ।

Leave A Reply

Your email address will not be published.