Latest Odisha News

BREAKING NEWS

ଐତିହାସିକ ସହର କଟକରେ ଶେଷ ହେଲା ମାଆଙ୍କ ଭସାଣ ଉତ୍ସବ

କଟକ: ଶେଷ ହେଲା ଚଳିତ ବର୍ଷର ଦୁର୍ଗାପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେଲେ ଜଗତଜନାନୀ ମାଆ ଦୁର୍ଗା। ଐତିହାସିକ ସହର କଟକରେ ଶେଷ ହୋଇଛି ମାଆଙ୍କ ଭସାଣ ଉତ୍ସବ।

କୋଭିଡ୧୯ ଗାଇଡ଼ଲାଇନ ସହ ରୌପ୍ୟ ନଗରୀରେ ଶେଷ ହୋଇଛି ମାଆଙ୍କ ମୂର୍ତ୍ତି ବିସର୍ଜନ। ୧୬୦ ରୁ ଅଧିକ ପୂଜା ମଣ୍ଡପ ଗୁଡିକର ମୂର୍ତ୍ତି ଗୁଡିକୁ ପୋଲିସ ଉପସ୍ଥିତିରେ ଚାରିଟି ପର୍ଯ୍ୟାୟରେ ୧୪ ଟି ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି।

କୋଭିଡ ୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତ୍ୟେକ ପୂଜା କମିଟିରୁ ସର୍ବାଧିକ ୭ ଜଣ ବ୍ୟକ୍ତି ବିସର୍ଜନ ସମୟରେ ଏହି ଶୋଭାଯାତ୍ରାରେ ସାମିଲ ଥିବା ଦେଖିବାକୁ ମିଳିଛି।

Comments are closed.