Latest Odisha News

BREAKING NEWS

ଆସନ୍ତୁ ଜାଣିବା ମାଆକୁ ସନ୍ତୁଷ୍ଟ କରିବା ପାଇଁ କେଉଁ ରାଶିର ବ୍ୟକ୍ତି କେଉଁ ଠାକୁରାଣୀଙ୍କୁ ପୂଜା କରିବେ

ପୁରୀ: ମାଆ ଆସିବେ । ଉତ୍ସବ ମୁଖରିତ ହେଉଛି ଧରାପୃଷ୍ଠ । ନବରାତ୍ରି ଓ ଦୁର୍ଗାପୂଜା ଅବସରରେ ଭକ୍ତମାନେ ମାଆଙ୍କୁ ଭକ୍ତିରେ ମନେଇବାକୁ ଚାହିଁବେ । ତେବେ ଏହି ଅବସରରରେ ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ ରାଶିର ବ୍ୟକ୍ତି କେଉଁ ଠାକୁରଣୀଙ୍କୁ ଆରାଧାନା କଲେ ମନୋକାମନା ପୂର୍ଣ୍ଣ ହେବ । ମେଷ ରାଶିର ବ୍ୟକ୍ତି ମାଆ ମଙ୍ଗଳା ଦେବୀଙ୍କୁ ଓ ବୃଷ ରାଶିର ଭକ୍ତ ମାଆ କାତ୍ୟାୟନିଙ୍କୁ ଆରାଧାନା କରିବେ । ଏହା କଲେ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ ହେବ । ସେହିପରି ମିଥୁନ ଓ କର୍କଟ ରାଶିର ବ୍ୟକ୍ତି ଯଥାକ୍ରମେ ମାଆ ଦୁର୍ଗା ଓ ମାଆ ଶିବଧାତ୍ରୀଙ୍କୁ ନୀତି ନିୟମ ଅନୁସାରେ ପୂଜା କରିବେ । ସିଂହ ରାଶିର ଭକ୍ତ ମାଆ ଭଦ୍ରକାଳୀଙ୍କୁ ଏବଂ କନ୍ୟା ରାଶିର ବ୍ୟକ୍ତି ମାଆ ଜୟନ୍ତିଙ୍କୁ ପୂଜା କରିବେ । । ମାଆ କ୍ଷମା ରୂପାଙ୍କୁ ତୁଳା ରାଶିର ବ୍ୟକ୍ତି ପୂଜା କରିବେ । ବିଛା ରାଶି, ଧନୁ ରାଶି ମାଆ ଅମ୍ବେ ଓ ମା ଦୁର୍ଗାଙ୍କୁ ନିଷ୍ଠାର ସହ ଆରାଧାନା କଲେ ଦୁଃଖ କଷ୍ଟ ଦୂର ହେବ । ମକର ରାଶିର ବ୍ୟକ୍ତି ମାଆଙ୍କ ଶକ୍ତି ରୂପଙ୍କୁ ଭକ୍ତି ଭାବରେ ଡାକିବେ । ସେହିପରି କୁମ୍ଭ ଓ ମୀନ ରାଶି ଯଥାକ୍ରମେ ମାଆ ଚାମୁଣ୍ଡା ଓ ମା ତୁଲଜାଙ୍କୁ ପୂଜା କରିବେ ।

Leave A Reply

Your email address will not be published.