ପୁରୀ: ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର। ଆଜି ଶ୍ରୀକ୍ଷେତ୍ରରେ କ୍ଷେତ୍ରାଧୀଶ୍ଵରୀ ମା ବିମଳାଙ୍କ ସହ ବିଭିନ୍ନ ପୀଠରେ ପାଳିତ ହେଉଛି ପବିତ୍ର ମହାନବମୀ। ଷୋଡଶ ଉପଚାର ସହ ମାଙ୍କର ଗୁପ୍ତପୂଜା ଚାଲିଛି। ମହାଷ୍ଟମୀରେ ମା ଵିମଳାଙ୍କ ନିକଟରେ ଛାଗ ବଳୀ ପଡିବାର ପରମ୍ପରା ରହିଛି। ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି ଶକ୍ତିପୀଠ ସହିତ ସମସ୍ତ ଗୋଷାଣୀଙ୍କ ପୀଠରେ ମହାଷ୍ଟମୀ ପାଇଁ ଗହଳିଚହଳି ଲାଗିରହିଛି ।
ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୂଜା କମିଟି ମାନଙ୍କ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମନ୍ୱୟ ରକ୍ଷା କରାଯାଇଛି। ଭକ୍ତିପୂତ ପରିବେଶ ମଧ୍ୟରେ ଏହି ପୀଠ ଗୁଡିକରେ ମହାନବମୀ ପୂଜା ଅନୁଷ୍ଠିତ ହେଉଛିଅନ୍ୟପଟରେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଚାଲିଛି ମା ଙ୍କ ପୂଜାର୍ଚନା ।ଚଣ୍ଡୀପାଠ ଓ ମନ୍ତ୍ରଧ୍ଵନି ମଧ୍ୟରେ ବିଭିନ୍ନ ପୀଠ ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ମହାଷ୍ଟମୀ ଉପାସ କରି ମହିଳାମାନେ ପରିବାରର ଶୁଭ ମନାସିଛନ୍ତି ।
ସେପଟେ ପୂଜା ମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବିଭିନ୍ନ ପୂଜା କମିଟି ସହ ସମନ୍ୱୟ ରକ୍ଷା କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।ଦୀର୍ଘ ଦୁଇ ବର୍ଷର କରୋନା କଟକଣା ହଟିବାପରେ ମାଙ୍କ ସାନ୍ନିଧ୍ୟ ପାଇବାକୁ ଏବେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଏକାଦଶୀର ଗୋଶାଣୀ ଯାତ୍ରାରେ ପୁରୀ ବଡ଼ଦାଣ୍ଡରେ ଏକତ୍ରିତ ହେବେ ସମସ୍ତ ମୃଣ୍ମୟୀ ମୁର୍ତ୍ତି । ଯାହା ଦେବୀସଭା ନାମରେ ପରିଚିତ ।
Comments are closed.