Latest Odisha News

BREAKING NEWS

ରାଉରକେଲାରେ ଗଡିବ ‘ମୋ ବସ’

ରାଉରକେଲା : ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ’ । ଆସନ୍ତା ଡିସେମ୍ବର ସୁଦ୍ଧା ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି  । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଯୋଗାଇଦେବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ମିଳିଛି  ।

ଭୁବନେଶ୍ୱର, କଟକ ଓ ପୁରୀ ପରେ ଏବେ ରାଉରକେଲାରେ ‘ମୋ ବସ୍’ ସେବା ମିଳିବ । ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହି ଦିନ ଟେକ୍ନିକାଲ୍‌ ପ୍ରପୋଜାଲ୍‌ ‌ଖୋଲାଯିବା ଓ ପରେ ଫାଇନାନ୍‌ସିଆଲ୍‌ ପ୍ରପୋଜାଲ ଖୋଲାଯାଇ ଚଳିତ ମାସରେ ହିଁ ଅପରେଟର ଚିହ୍ନଟ କରାଯବ। ଏହା ସହ ଅପରେଟରଙ୍କ ପାଇଁ ୮ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯିବାର ବ୍ୟବସ୍ଥା ରହିଛି । ସୂଚନା ମୁତାବକ ‘ଗ୍ରସ୍‌ କଷ୍ଟ କଣ୍ଟ୍ରା‌କ୍ଟ’ ଆଧାରରେ ଅପରେଟରମାନେ ଏହି ସେବା ପରିଚାଳନା କରିବେ ବୋଲି କ୍ରୁଟ୍‌ ସର୍ତ୍ତ ରଖିଛି  ।

ପ୍ରଥମ ପର୍ଯ୍ୟାୟରେ ରାଉରକେଲା ସହରରେ ୧୦୦ଟି ନୂଆ ବସ୍‌ ଚାଲିବାର ବ୍ୟବସ୍ଥା ରହିଛି । ସେଥି ମଧ୍ୟରୁ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍‌ ରହିବ।

 

 

 

 

Leave A Reply

Your email address will not be published.