Latest Odisha News

BREAKING NEWS

ଆଜି ଷଷ୍ଠୀ ପୂଜା, ଧରାବତରଣ କରିବେ ମହାମାୟା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ଆଦ୍ୟଲଗ୍ନ ବିଲ୍ୱାଧିବାସ । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ବୈଦିକ ମନ୍ତ୍ରପାଠ ଓ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ସହ ଆବାହନ କରାଯାଇଥାଏ ।

ଏହି ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିଥା’ନ୍ତି ଏବଂ ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ଢୋଲବାଦ୍ୟରେ ଉଚ୍ଛୁଳି ପଡେ ମା’ଙ୍କ ମଣ୍ଡପ ।

ଶେଷସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଏପରିକି ସୁସଜ୍ଜିତ ତୋରଣ ଏବଂ ରଙ୍ଗିନ ଆଲୋକମାଳାରେ ଏକପ୍ରକାର ସଜେଇ ହୋଇପଡିଛି ବିଭିନ୍ନ ପୂଜା ମଣ୍ଡପ ।

ଜଗତଜନନୀଙ୍କର ଷଷ୍ଠୀ ପୂଜାର ପରଦିନ ତଥା ସପ୍ତମୀ ତିଥିରେ ମା’ଙ୍କର ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ କରାଯାଏ ।

ଅଷ୍ଟମ ଦିନରେ ଯଥାରୀତି ମହାଷ୍ଟମୀ ପୂଜା ଏବଂ ବଳି ଦିଆଯାଏ ।

ନବମୀରେ ଦେବୀଙ୍କ ଠାରେ ଚଣ୍ଡିପାଠ ସହ ଆହୁତି କରାଯାଏ ଏବଂ ପରବର୍ତ୍ତୀ ସମୟରେ ବିଜୟା ଦଶମୀରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଇଥାଏ ।

Leave A Reply

Your email address will not be published.