ଭୁବନେଶ୍ୱର: ସରିଯିବ ଉତ୍ସବର ମାହେଲା । ମେଲାଣି ନେବ ମା’ । ଆସନ୍ତାକାଲି ଭସାଣି । ପୁଣି ଗୋଟିଏ ବର୍ଷର ଅପେକ୍ଷା । ଆସନ୍ତାକାଲି ଭସାଣି ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ ପୋଲିସ । ସେଥିପାଇଁ ଆଜିଠାରୁ ଗାଇଡଲାଇନ ଜାରି କରାଯାଇଛି । କେତେବେଳେ ଭସାଣି, କେଉଁ ରାସ୍ତାରେ ଗଡିବ ଯାନବାହନ ତାର ସମସ୍ତ ବିବରଣୀ ଜାରି କରିଛି କମିଶନରେଟ ପୋଲିସ ।
ପୋଲିସ କମିଶନର ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଅପରାହ୍ନ ୩ଟା ରୁ ଭସାଣୀ ଆରମ୍ଭ ହେବ । ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଆସନ୍ତାକାଲି ରାତି ଗୋଟାଏ ପର୍ଯ୍ୟନ୍ତ ତଥା ଭସାଣୀ ଶେଷ ହେବା ପର୍ଯ୍ୟନ୍ତ ଯାନବାହନ କଟକଣା ଜାରି ରହିବ ବୋଲି କୁହାଯାଇଛି ।
ସୂଚନା ଅନୁସାରେ, ସହିଦ ନଗର ପଖାରୁ ଭସାଣ ବାହାରିବାବେଳେ ବାଣୀବିହାରରୁ ରୂପାଲି ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ସେହି ସମୟ ମଧ୍ୟରେ ସମସ୍ତ ଯାନ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ । ସେହିପରି ଜନପଥ ରାସ୍ତାରେ ଯାନବାହନକୁ ସମ୍ପୂର୍ଣ୍ଣ ବନ୍ଦ ରହିବ । ସଚିବାଳୟ ରାସ୍ତା ଦେଇ ଗାଡି ଚାଲିବ ବୋଲି ସୂଚନା ରହିଛି
। ସେହିପରି ନୟାପଲ୍ଳୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ । ସେ ସମୟରେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ ।
Comments are closed.