Latest Odisha News

ଶାରଦୀୟ ଦୁର୍ଗାପୂଜା: ଆରମ୍ଭ ହେଲା ଆଦ୍ୟ ପର୍ବ ମାଟି ଅନୁକୂଳ

ଭୁବନେଶ୍ଵର: ଆଉ ଦିନ କେଇଟା ପରେ ମା’ ଦୁର୍ଗତିନାଶିନୀ ସିଂହବାହିନୀ ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଟ୍ୱିନସିଟିର ବିଭିନ୍ନ ପ୍ରମୁଖ ପୂଜାକମିଟି ଓ ସମିତି ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାଟି ଅନୁକୂଳ କରାଯାଇଛି ।

ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ରୀତିନୀତି ଅନୁଯାୟୀ କୂଆଖାଇ ନଦୀପଠାରୁ ମାଟି ଅନୁକୂଳ କରାଯାଇଛି । ସେହିପରି ବରମୁଣ୍ଡା ପୂଜା ସମିତି ପକ୍ଷରୁ କାଠଯୋଡ଼ି ନଦୀ ପଠାରୁ ମାଟି ଅନୁକୂଳ କରାଯାଇଥିବା ବେଳେ ମଙ୍ଗଳାବାଗ ପୂଜା କମିଟି ପକ୍ଷରୁ ମହାନଦୀ ପଠାରୁ ମାଟି ଅନୁକୂଳ କରାଯାଇଥିବା ଦେଖିବାକୁ ମିଳିଛି । ପାରମ୍ପରିକ ବାଦ୍ୟ ସହ ମନ୍ତ୍ର ଧ୍ବନୀରେ ପୂଜା ପାଠ ସହ ଜନ୍ମାଷ୍ଟମୀ ତିଥିରେ ମୃତ୍ତିକା ଅନୁକୂଳ କରାଯାଇଛି ।

Comments are closed.