Latest Odisha News

BREAKING NEWS

ଆମେରିକାର ଫ୍ଲୋରିଡ଼ାରେ ପାଳିତ ହେଲା ଦୂର୍ଗାପୂଜା

ୱାଶିଂଟନ : ଗତ ଅକ୍ଟୋବର ୯ ତାରିଖରେ ହରିକେନ “ମିଲଟନ”ର ପ୍ରକୋପରେ ଘଟିଥିବା ବ୍ୟାପକ କ୍ଷୟକ୍ଷତିରୁ ଏ ଯାଏଁ ମୁକୁଳି ପାରିନାହାନ୍ତି ଆମେରିକାର ଦକ୍ଷିଣାପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଜନ ସାଧାରଣ। ଏବେବି ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ । ଏ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରି ପ୍ରବାସୀ ଓଡିଆ ଅନୁଷ୍ଠାନ “ଫ୍ଲୋରିଆ” ପାଳନ କରିଛି ଶାରଦୀୟ ଦୂର୍ଗାପୂଜା। ଫ୍ଲୋରିଆ ଟାମ୍ପା(TAMPA) ସହରର ଆୟାପ୍ପା ମନ୍ଦିରରେ ଏହି ଶାରଦୀୟ ଦୂର୍ଗାପୂଜା ପାଳନ କରାଯାଇଛି।

 

ପୂର୍ବ ନିର୍ଦ୍ଧାରିତ ୫ ଦିନ ଧରି ପୂଜା ହୋଇ ପାରିନଥିଲେ ସୁଦ୍ଧା, ଆୟୋଜକମାନେ ବଡ ଧୂମଧାମରେ ନବମୀ ଏବଂ ଦଶହରା ପୂଜା ସମାପନ କରିଛନ୍ତି। ଏହି ଉତ୍ସବରେ ଓଡ଼ିଆଙ୍କ ବ୍ୟତୀତ ଅନ୍ୟ ପ୍ରବାସୀ ଭରତୀୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ, କନ୍ୟା ପୂଜନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଗତ ୫ ବର୍ଷ ଧରି ଫ୍ଲୋରିଆ ଟାମ୍ପା(TAMPA) ସହରର ଆୟାପ୍ପା ମନ୍ଦିରରେ ଏହି ଶାରଦୀୟ ଦୂର୍ଗାପୂଜା ପାଳନ କରାଯାଉଛି।

Leave A Reply

Your email address will not be published.