Latest Odisha News

BREAKING NEWS

ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ; ଆଉ କିଛି ଦିନ ରହିବେ ପଶ୍ଚିମବଙ୍ଗରେ…

ଭୁବନେଶ୍ବର:ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍ ଛାତ୍ରୀ ଡିସଚାର୍ଜ। ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା ରହିଛି । ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ଡିସଚାର୍ଜ କରାଯାଇଛି।

ଗଣଦୁଷ୍କର୍ମର ଶିକାର ହେବା ପରେ ଗତ ଶୁକ୍ରବାର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ ପୀଡ଼ିତା। ତେବେ ଡିସଚାର୍ଜ ପରେ ମାମଲାର ତଦନ୍ତରେ ସହଯୋଗ ପାଇଁ ଆଉ କିଛି ଦିନ ପଶ୍ଚିମବଙ୍ଗରେ ରହିବେ ପୀଡ଼ିତା।

ଗତ ଶୁକ୍ରବାର ରାତିରେ ଦ୍ଵିତୀୟ ବର୍ଷ ମେଡିକାଲ୍ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ସେହି ରାତିରେ ହିଁ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଦିନଠୁ ତାଙ୍କର ଚିକିତ୍ସା ଜାରି ରହିଥିଲା।

ସୂଚନାଯୋଗ୍ୟ, ଏହି ଗଣଦୁଷ୍କର୍ମ ଘଟଣାରେ ପୋଲିସ ପ୍ରଥମରୁ ଛଅ ଜଣଙ୍କୁ ଗିରଫ କରିଥିଲ । ପୀଡ଼ିତାଙ୍କ ପ୍ରେମିକଙ୍କୁ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରାଯାଇଛି। ଦୁର୍ଗାପୁର ଉପଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶକ୍ରମେ ଅଭିଯୁକ୍ତକୁ ବୁଧବାର ୧୦ ଦିନର ପୋଲିସ ରିମାଣ୍ଡରେ ପଠାଯାଇଛି।

Comments are closed.