ସୁନ୍ଦରଗଡ଼: ହାତୀ ଟ୍ରାକିଂ ବେଳେ ବଡ଼ ଅଘଟଣ। ହାତୀ ଆକ୍ରମଣରେ ପାରା ଷ୍ଟାଫ ଗୁରୁତର ହୋଇଛନ୍ତି। ଟ୍ରାକିଂ କ୍ୟାମେରା ବି ଭାଙ୍ଗିଲା ହାତୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ତାମଦା ରେଞ୍ଜ ରୁଷି ମଠ ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଏହି ଅଘଟଣ ଘଟିଛି। ବର୍ତ୍ତମାନ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ହଠାତ ହାତୀ ଆସିଯିବାରୁ ଯିଏ ଯୁଆଡେ ଧାଇଁ ପଳାଇଥିଲେ। ଜଣେ ପାରା କର୍ମଚାରୀ ହାତୀ ହାବୁଡ଼ାରେ ପଡି ଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କ ଗୋଡ଼, ଛାତି ପିଞ୍ଜରା ଭାଙ୍ଗି ଯାଇଛି। ଟ୍ରାକିଂ କ୍ୟାମେରା ବି ଭାଙ୍ଗିଦେଇଛି ହାତୀ।
ଭୟରେ ଯିଏ ଯୁଆଡେ ଧାଇଁ ପଳାଇଥିବା ବେଳେ ପାରା କର୍ମଚାରୀ ନିଖୋଜ ହୋଇଥିଲେ। ରାତି ତମାମ ତାଙ୍କୁ ଖୋଜା ଯାଇଥିଲା। ଦୀର୍ଘ ୮ଘଣ୍ଟା ପରେ ତାଙ୍କୁ ଏକ ପଥର ପାଖରୁ ଉଦ୍ଧାର କରି ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି।
Comments are closed.