Latest Odisha News

BREAKING NEWS

ଲକଡାଉନ ଯୋଗୁଁ ପ୍ରଭାବିତ ହେଉଛି କି ପିଲାଙ୍କ ପାଠପଢା; ଏଭଳି ରଖନ୍ତୁ ଧ୍ୟାନ!

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଲାଗୁ କରାଯାଇଛି । ଯାହାଫଳରେ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି ।

ଯାହାଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଯାଇପାରୁନଥିବା ବେଳେ ସେମାନଙ୍କର ପାଠପଢାରେ ମଧ୍ୟ ବାଘ୍ୟାତ ସୃଷ୍ଟି ହେଉଛି । ଏଥିପାଇଁ କେତେକ ସ୍ଥଳରେ ପିତାମାତାମାନେ ମଧ୍ୟ ଚିନ୍ତିତ ହୋଇପଡୁଛନ୍ତି ।

ଜାଣନ୍ତୁ, ଏହି ସମୟରେ ଘରେ ପିଲାମାନଙ୍କର ପାଠପଢା ଉପରେ ମାତା-ପିତା କିଭଳି ଧ୍ୟାନ ରଖିବେ ।

ବର୍ତ୍ତମାନ ସମୟରେ ଅନେକ ଇ-ଲର୍ଣ୍ଣିଂ ମାଧ୍ୟମ ମଧ୍ୟ ରହିଛି । ଯେଉଁଥିରେ ପିଲାମାନେ ଅନଲାଇନ ଜରିଆରେ ବହୁ ଜ୍ଞାନ ଆହରଣ କରିପାରିବେ ।

ଲକଡାଉନ ସମୟରେ ପିତା-ମାତା ତାଙ୍କ ପିଲାମାନଙ୍କ ସହ ଇମୋସନାଲି ଯୋଡି ହେବା ସହ ପାଠପଢା ଲାଗି ସେମାନଙ୍କୁ ମୋଟିଭେଟେଡ୍ କରନ୍ତୁ ।

ଏପରିକି ଖେଳକୁଦ ସହ ତାଙ୍କର ପାଠପଢା ଲାଗି ମଧ୍ୟ ଏକ ସମୟସାରଣୀ ବନାନ୍ତୁ ।

ପିଲାମାନଙ୍କ ବ୍ୟବହାରରେ ଅଧିକ ନରାଗି ସେମାନଙ୍କୁ ଆରାମରେ ବୁଝାଇବା ସହ ପାଠପଢା ପ୍ରତି ଧ୍ୟାନ ଆକର୍ଷଣ କରନ୍ତୁ ।

Leave A Reply

Your email address will not be published.