Latest Odisha News

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି ସମୟରେ ବେଙ୍ଗାଲୁରୁର ଜଣେ ମହିଳା ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ‘ସ୍ୱିଗି’ରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଏ ନେଇ ସ୍ୱିଗି କମ୍ପାନୀ ଦ୍ୱାରା ଟୁଇଟର୍ ବା ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ପୋଷ୍ଟ୍‍ ସେୟାର କରାଯାଇଛି । ସେୟାର ହୋଇଥିବା ପୋଷ୍ଟରେ ଲେଖାଯାଇଛି ଯେ ବୋଧହୁଏ କେହି ଜଣେ ମହିଳା ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ବେଳେ କୌଣସି ପାର୍ଟି ହୋଷ୍ଟ୍‍ କରୁଥିଲେ ଓ ସେହି ସମୟରେ ସେ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର ଦେଇଛନ୍ତି । ମହିଳା ଜଣକ ବେଙ୍ଗାଲୁରୁ ଅଞ୍ଚଳର ବୋଲି କହିବା ସହିତ ତାଙ୍କୁ କିଛି ପ୍ରଶ୍ନ କରାଯାଇଛି। ଯଥା: ଆପଣ କିଏ ? ବାସ୍ତବରେ ଆପଣ କେଉଁଠି ଅଛନ୍ତି ? କ’ଣ ଆପଣ ଭାରତ-ପାକିସ୍ତାନ ମ୍ୟାଚ୍‌ ଓ୍ଵାଚ୍‌-ପାର୍ଟି ଆୟୋଜନ କରିଛନ୍ତି ? କ’ଣ ମୁଁ ଏହି ପାର୍ଟିକୁ ଆସିପାରିବି ? ଏମିତି ଲେଖି ସ୍ୱିଗି କମ୍ପାନୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ପୋଷ୍ଟ୍‍ ସେୟାର କରିଛି ।

ସ୍ୱିଗିର ଏହି ପୋଷ୍ଟରେ ଅନେକ ଲୋକ କମେଣ୍ଟ୍‌ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଥିବା ବେଳେ କିଛି ୟୁଜର୍ସ ଏଥିରେ ମହିଳା ଗ୍ରାହକଙ୍କ ବିଷୟରେ ପ୍ରଶ୍ନ କରିଥିଲେ । ଏଥିସହିତ ଅନେକ ମଜାଦାର୍ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ମହିଳା ଜଣକ ଏତେ ପରିମାଣର ବିରିୟାନୀ ଅର୍ଡର ଦେବା ପରେ ସ୍ୱିଗିର ଏହି ପୋଷ୍ଟ୍‍ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.