Latest Odisha News

ପ୍ରକୃତ ଅର୍ଥରେ ପବିତ୍ର ହେଲା ଗଙ୍ଗା; ଲକଡାଉନରେ ହେଲା ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ !

ଭୁବନେଶ୍ୱର: କଥାରେ ଅଛି ମଣିଷ ଯେତେବେଳେ ହାର ମାନିଯାଏ ପ୍ରକୃତି ନିଜର ବାସ୍ତବ ରୂପକୁ ନିଜେ ଫେରିଯାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପବିତ୍ର ଗଙ୍ଗାନଦୀ । ବର୍ଷବର୍ଷ ଧରି ଏ ସମାଜର ପାପ ଧୋଇ ଆସୁଥିବା ପବିତ୍ର ଗଙ୍ଗା ପ୍ରକୃତ ଅର୍ଥରେ ପବିତ୍ର ପାଲଟିଯାଇଛି। ଏହା ନିଜର ସ୍ୱଚ୍ଛତା ଫେରି ପାଇଛି । ଏହା ଏତେ ସ୍ୱଚ୍ଛ ପାଲଟି ଯାଇଛି ଯେ, ଦିନେ ଗାଧୋଇବା ଯୋଗ୍ୟ ନଥିବା ଗଙ୍ଗାର ପାଣି ଏବେ ପିଇବା ଯୋଗ୍ୟ ହୋଇଯାଇଛି ।

କରୋନା କଟକଣା ଯୋଗୁଁ କାରଖାନାରେ ପଡିଥିବା ତାଲା ନଦୀକୁ କରିଛି ନିର୍ମଳ। କାରଖାନାରୁ ନିର୍ଗତ ହେଉଥିବା ଆବର୍ଜନା ସାଙ୍ଗକୁ ଲୋକଙ୍କ ଚଳପ୍ରଚଳ ବନ୍ଦ ହୋଇଯିବା ଫଳରେ ଦୀର୍ଘ ୬୦ରୁ ୭୦ ବର୍ଷ ପରେ ପ୍ରଥମଥର ଗଙ୍ଗାର ଏଭଳି ନିର୍ମଳ ଛବି ଦେଖିବାକୁ ମିଳିଛି । ହରିଦ୍ୱାରରୁ ଆରମ୍ଭ କରି ପଟନା ଯାଏଁ ଗଙ୍ଗା ନଦୀର ସ୍ୱଚ୍ଛ ପାଣିକୁ ନେଇ ଏବେ ସବୁଠି ଚର୍ଚ୍ଚା କାନପୁରରୁ ଆରମ୍ଭ କରି ବାରଣାସୀ ଯାଏଁ ସବୁଠି ଏବେ ନିର୍ମଳ ଦିିଶୁଛି ଗଙ୍ଗା ନଦୀର ପାଣି ।
ଉତ୍ତରାଖଣ୍ଡ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ- ପିଏଚଇଏଲର ପିସିଆରଆଇ ଏଜେନ୍ସି ଦ୍ୱାରା ନିକଟରେ ଗଙ୍ଗା ଜଳର ଦେବପ୍ରୟାଗରୁ ଆରମ୍ଭ କରି ହରିଦ୍ୱାର ଯାଏଁ ନମୂନା ସଂଗ୍ରହ କରି ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ଗଙ୍ଗା ଜଳ ଏବେ ‘ବି’ ଶ୍ରେଣୀରୁ ‘ଏ’ ଶ୍ରେଣୀକୁ ଚାଲିଆସିଛି। ଏହି ପାଣି ଏବେ ପିଇବା ଯୋଗ୍ୟ ହୋଇସାରିଛି। ପାଣିରେ ଟିଡିଏସର ମାତ୍ରା ୭୨% ଓ ପିଏଚ୍ ଲେବଲ ମଧ୍ୟ ୮ ପ୍ରତିଶତ ରହିଛି। ଯାହା ପିଇବା ପାଇଁ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ସ୍ୱିକୃତୀପ୍ରାପ୍ତ। ଏହି ରିପୋର୍ଟ ଅନୁଯାୟୀ ଏବେ ହରିଦ୍ୱାରରେ ଗଙ୍ଗା ନଦୀର ପାଣି ଏତେ ସ୍ୱଚ୍ଛ ହୋଇଯାଇଛି ଯେ, ପାଣି ଭିତରେ ମାଟି ବି ଦେଖାଯାଉଛି ।

Comments are closed.