Latest Odisha News

BREAKING NEWS

ସଙ୍ଗରୋଧ କେନ୍ଦ୍ରରେ ପ୍ରାଣ ହରାଇଲେ ଆଉ ଜଣେ ପ୍ରବାସୀ: କାରଣ ଅସ୍ପଷ୍ଟ

ଭଦ୍ରକ : ସଙ୍ଗରୋଧ କେନ୍ଦ୍ରରେ ପ୍ରାଣ ହରାଇଛନ୍ତି ଆଉ ଜଣେ ପ୍ରବାସୀ। ମିଳିଥିବା ସୂଚନାନୁସାରେ ଭଦ୍ରକ ଜିଲ୍ଲା କୋର୍କରା ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।
ମୃତ ବ୍ୟକ୍ତିଙ୍କ ନାମ ରାଧାଶ୍ୟାମ ପାଣି। କଲିକତାରୁ ଫେରି କୋର୍କରା ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ସେ ରହିଥିଲେ । ମାତ୍ର ମଙ୍ଗଳବାର ରାତିରେ କୌଣସି କାରଣ ବଶତଃ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.