Latest Odisha News

BREAKING NEWS

ପବିତ୍ର ‘ବିଜୟା ଦଶମୀ’ରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ପବିତ୍ର ବିଜୟାଦଶମୀ ତଥା ଦଶହରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।

ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ । ଏହାକୁ ନେଇ ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ରୀତିନୀତିରେ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ସେହିପରି ରାବଣ ପୋଡି ନିମନ୍ତେ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନା କରାଯାଉଛି । ମହାନବମୀ ପୂଜା ଶେଷ ହେବାପରେ ଆଜି ଧୂମଧାମରେ ଚାରିଆଡେ ବିଜୟାଦଶମୀ ପୂଜା ପାଳନ କରାଯାଉଛି।

ମା ଦୁର୍ଗାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡମ ଗୁଡିକରେ ଭକ୍ତମାନଙ୍କର ଗହଳି ଦେଖିବାକୁ ମିଳୁଛି । ବେଦଧ୍ୱନି ଓ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ଗୁଡିକ । ଏଥିସହିତ ସୁନା ଓ ଚାନ୍ଦି ଅଳଙ୍କାରରେ ଝଟକୁଛି ମାଙ୍କ ମୃଣ୍ମୟୀ ମୂର୍ତ୍ତି ।

ଆହୁରି ମଧ୍ୟ ଅନୁକୂଳ ପାଗ ଯୋଗୁଁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହୁଥିବାରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

Leave A Reply

Your email address will not be published.