Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଖିତିଶ ଭୂଷଣ ବିଶ୍ବାଳ । ଗଙ୍ଗାଧର ବାଗ ନାମକ ଜଣେ ବ୍ୟକ୍ତି ମଦନପୁର ଆଦର୍ଶ ବିଦ୍ୟାଳୟରେ ଜଗୁଆଳ ଭାବେ ନିଯୁକ୍ତି ପାଇଥିଲେ। ହେଲେ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। କାର୍ଯ୍ୟ​‌ରେ ଯୋଗ ଦେବାକୁ ହେଲେ ୪୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି ପ୍ରିନ୍ସିପାଲ କହିଥିଲେ । ଏହାପରେ ଭିଜିଲାନ୍ସକୁ ଜଣାଇଥିଲେ ଗଙ୍ଗାଧର । ପୂର୍ବ ଯୋଜନା ମୁତାବକ, ପ୍ରିନ୍ସିପାଲଙ୍କୁ ୪୦ ହଜାର ଟଙ୍କା ଦେଇଥିଲେ ଗଙ୍ଗାଧର । ଏହି ସମୟରେ କଳାହାଣ୍ଡି ଭିଜିଲାନ୍ସ ପ୍ରନ୍ସିପାଲଙ୍କୁ ଟଙ୍କା ନେବା ବେଳେ ଧରିଥିଲା ।

Leave A Reply

Your email address will not be published.