Latest Odisha News

BREAKING NEWS

ସ୍ୱର୍ଣ୍ଣ ଜିତିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ

ପାତିଆଲା: ଓଡ଼ିଆ ସ୍ଫ୍ରିଣ୍ଟ୍ କୁଇନ୍ ଦୂତୀ ଚାନ୍ଦ ପଞ୍ଜାବର ପାତିଆଲାଠାରେ ଫେଡ଼େରେସନ୍ କପ ଦୌଡ଼କୁଦର ୨୦୦ ମିଟର ବିଭାଗରେ ୧ମ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଭାରତର ଦ୍ରୁତତମ ମହିଳା ଦୂତୀ ୨୩ତମ ଫେଡ଼େରେସନ କପ ଜାତୀୟ ସିନିୟର୍ ଆଥଲେଟିକ ଚମ୍ପିୟାନସିପର ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ୨୩.୩୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୂତି ଇଣ୍ଡୋନେସିଆରେ ଅନୁଷ୍ଠିତ ହୋଇଥିବା ୨୦୧୮ ଏସିୟାନ ଗେମ୍ସରେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇ ଭାରତକୁ ଗୌରବାନ୍ୱିତ କରିଥିଲେ ।

ଏହାପରେ କୌଣସି ଜାତୀୟ ପ୍ରତିଯୋଗିତା ଅଂଶଗ୍ରହଣ କରି ସ୍ୱର୍ଣ୍ଣ ଜିତିବା ପରେ ଦୂତି ଓଡ଼ିଶା ଲାଗି ପୁଣିଥରେ ଗୌରବ ଆଣିଦେଇଛନ୍ତି ।

Leave A Reply

Your email address will not be published.