Latest Odisha News

BREAKING NEWS

ଲୋକସଭା ନିର୍ବାଚନ: ସିପିଏମ ନେତା ଜନାର୍ଦ୍ଦନ ପତି ଭୁବନେଶ୍ୱରରୁ ଲଢିବେ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ନିର୍ବାଚନ ଲଢିବେ ବୋଲି ସିପିଏମ ପକ୍ଷରୁ ଶନିବାର ଦିନ ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଛି ।

ସେହିପରି ନୂଆଦିଲ୍ଲୀଠାରେ ଦଳର କେନ୍ଦ୍ରୀୟ କମିଟି ମଧ୍ୟ ଲୋକସଭା ନିର୍ବାଚନ ଲାଗି ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଶ୍ରୀ ପତି ଫୋନ ମାଧ୍ୟମରେ କହିଛନ୍ତି, “ଦଳ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଆସନ ଲାଗି ଖୁବ୍ ଶିଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି ଦୃଢ ଆଶା ରହିଛି” ।

ସେ କହିଛନ୍ତି, ଦଳ କେତେକ ସମସ୍ୟା ଯଥା ସ୍ମାର୍ଟସିଟି, କୃଷକ, ବେରୋଜଗାରୀ, ଶିକ୍ଷା ତଥା ସ୍ୱାସ୍ଥ୍ୟକୁ ନେଇ ଏହି ନିର୍ବାଚନରେ ଅବତୀର୍ଣ୍ଣ ହେବ ।

ଦଳ କିପରି ଭାବେ ନିର୍ବାଚନ ପ୍ରଚାର କରିବ ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କଂଗ୍ରେସ, ସିପିଆଇ ଓ ସମାଜବାଦୀ ପାର୍ଟି ସିପିଏମକୁ ସମର୍ଥନ କରିବେ । “ଆମର ଲଢେଇ ମୁଖ୍ୟତଃ ବିଜେଡ଼ି ଏବଂ ବିଜେପି ବିରୋଧରେ ହେବ,” ବୋଲି କହିଛନ୍ତି ବରିଷ୍ଠ ସିପିଏମ ନେତା ଜନାର୍ଦ୍ଦନ ପତି ।

ଅନ୍ୟରାଜ୍ୟରେ ସିପିଏମ କେଉଁ ଦଳଗୁଡ଼ିକର ସମର୍ଥରେ ନିର୍ବାଚନରେ ଅବତୀର୍ଣ୍ଣ ହେବାର ସମ୍ଭାବନା ରହିଛି ବୋଲି ଏକ ପ୍ରଶ୍ନରେ ସେ କହିଛନ୍ତି, ଲୋକସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ କଂଗ୍ରେସ ସହିତ ମିଶି ନିର୍ବାଚନ ଲଢିବ । ସେହିପରି ସିପିଏମ ଦଳ ଆରଜେଡ଼ି, ଡ଼ିଏମକେ ଏବଂ କଂଗ୍ରେସ ସହ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଏବଂ ବିହାରରେ ଆସନ ବୁଝାମଣା କରିବ ବୋଲି ବରିଷ୍ଠ ନେତା ଶ୍ରୀ ପତି କହିଛନ୍ତି ।

Leave A Reply

Your email address will not be published.