Latest Odisha News

BREAKING NEWS

ଜାତୀୟ ଆଥଲେଟିକ୍ସ ଚାମ୍ପିୟନସିପ: ଦୂତି ଚାନ୍ଦ କଲେ ନୂଆ କିର୍ତ୍ତିମାନ

 

ଭୁବନେଶ୍ୱର : ଭାରତର ଦ୍ରୁତତମ ମହିଳା ଧାବିକା ଦୂତି ଚାନ୍ଦ ଗୌହାଟୀରେ ଚାଲିଥିବା ଜାତୀୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡ଼ ନିଜେ ଭଙ୍ଗ କରି ଚାମ୍ପିୟନ୍ସିପରେ ଏକ ନୂଆ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି ।

ପ୍ରତିଯୋଗିତାର ଚତୁର୍ଥ ଦିବସରେ ଓଡ଼ିଆ ଧାବିକା ଦୂତୀ ମହିଳା ୧୦୦ ମିଟର ଦୌଡ଼ରେ ୧୧.୨୯ ସେକେଣ୍ଡ ସମୟ ନେଇ ଏକ ଜାତୀୟ ରେକର୍ଡ଼ କରିଛନ୍ତି । ଅବଶ୍ୟ ୧ମ ହିଟ୍ସରେ ସେ ଏହି ଦୌଡ଼କୁ ୧୧.୪୨ ସେକେଣ୍ଡରେ ଶେଷ କରି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିପାରିଥିଲେ ।

ଦୂତିଙ୍କର ଏହି ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦୂତିଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, “ଖୁବ ଭଲ କରିଛ, ଦୂତି ଚାନ୍ଦ ! ୫୮ତମ ଜାତୀୟ ଆଥେଲେଟିକ୍ସ ଚାମ୍ପିୟନସିପରେ ୧୧.୨୯ ସେକେଣ୍ଡ ସମୟ ନେଇ ନୂଆ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିପାରିଥିବାରୁ ତୁମକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ।”
ଅବଶ୍ୟ ଗତବର୍ଷ ଦୂତୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୧୦୦ ମିଟର ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ଦୌଡ଼ରେ ୧୧.୩୦ ସେକେଣ୍ଡ ସମୟ ରେକର୍ଡ଼ ରହିଥିଲା ।

ଏଠାରେ ସୂଚନାଯୋଗ୍ୟ ଓଡ଼ିଶାର ଜଉନା ମୁର୍ମୁ ମଧ୍ୟ ପୂର୍ବରୁ ୪୦୦ ମିଟର ଦୌଡ଼ର ଫାଇନାଲରେ ପ୍ରବେଶ କରିସାରିଛନ୍ତି ।

Leave A Reply

Your email address will not be published.