Latest Odisha News

BREAKING NEWS

ପରୀକ୍ଷା ଖାତା ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ପ୍ରସଙ୍ଗ: ସିବିଏସଇ ଦ୍ୱାରା ଓଡ଼ିଶାର ୭ଜଣ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେୀଣୀ ବାର୍ଷିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ରେ ତ୍ରୁଟି କରିଥିବାରୁ ସିବିଏସଇ ସମୁଦାୟ ୧୩୦ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛି । ଏହି ନିଲମ୍ବିତ ହୋଇଥିôବା ଶିକ୍ଷକଙ୍କ ତାଲିକାରେ ଓଡ଼ିଶାର ୭ ଜଣ ଶିକ୍ଷକ ରହିଛନ୍ତି ।

ବାର୍ଷିକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ତ୍ରୁଟିରହିଥିବା ଦର୍ଶାଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଯାଞ୍ଚ କଲାପରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ କଥା ପଦାକୁ ଆସିଲା । ନିଲମ୍ବିତ ହୋଇଥିବା୧୩୦ ଶିକ୍ଷକ ମାନଙ୍କ ମଧ୍ୟରେ ପାଟନାରୁ ୪୫, ଡ଼େରାଡ଼ୁନର ୨୭, ଚେନ୍ନାଇର ୧୪, ଆହ୍ଲାବାଦର ୧୧, ଭୁବନେଶ୍ୱର ଜୋନର ୭, ଦିଲ୍ଲୀ ଜୋନର ୬, ଆଜମେର ଓ ପଞ୍ଚକୁଲା ରୁ ୮ ଜଣ ଲେଖାଏଁ ନିଲମ୍ବନ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେୀଣୀ ବାର୍ଷିକ ପରୀକ୍ଷାର ଫଳାଫଳ ଗତ ମେ ମାସରେ ପ୍ରକାଶିତ ହୋଇଥିଲା । ଫଳାଫଳକୁ ନେଇ କିଛି ଛାତ୍ର ଅସନ୍ତୁଷ୍ଟ ହୋଇ ପୁନଃ ମୂଲ୍ୟାଙ୍କନ କରିବାକୁ ଆବେଦନ କରିଥିଲେ ।

Leave A Reply

Your email address will not be published.