Latest Odisha News

BREAKING NEWS

ବଡ ଭଉଣୀଙ୍କ ନାଁରେ ସମଲିଙ୍ଗୀ ସମ୍ପର୍କ ଅଭିଯୋଗ ଆଣିଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ସମ୍ପର୍କକୁ ନେଇ ଲାଇମଲାଇଟ୍‌ରେ ଥିବା ଦୂତି ଏଥର ବଡ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ କହିଛନ୍ତି, ତାଙ୍କ ବଡ ଭଉଣୀ ସରସ୍ୱତୀ ସମଲିଙ୍ଗୀ ସମ୍ପର୍କରେ ପଡିଛନ୍ତି । ପୂର୍ବରୁ ଯିଏ ମୋ ସମ୍ପର୍କକୁ ବିରୋଧ କରୁଥିଲା ସିଏ ନିଜେ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ବୋଲି ଦୂତୀ ଅଭିଯୋଗ ଆଣିଛନ୍ତି ।

ଦୂତୀ କହିଛନ୍ତି ଯେ, ଆମ ଘରେ ଯେଉଁ ଝିଅଟି ରହୁଥିଲା, ସେ ହେଉଛି ମୋ’ ଭଉଣୀର ବାନ୍ଧବୀ। ଆଉ ନିଜର ଛାତ୍ରୀ ବୋଲି କହି ଆମ ଘରେ ସେ ରହୁଥିଲେ। ମୋତେ ଏବିଷରେ ଗାଁ ଲୋକେ କହିଲେ। ଏହାର ପ୍ରମାଣ ମଧ୍ୟ ମୋ’ ପାଖରେ ଅଛି। ତେବେ ମୁଁ ମଧ୍ୟ ତାଙ୍କ ସମ୍ପର୍କକୁ ବିରୋଧ କରୁନାହିଁ। ହେଲେ ସେ ମୋତେ କାହିଁକି ଘରେ ପୂରାଇ ଦେଉ ନାହାନ୍ତି ? ମୋ ବାପାମାଙ୍କଠାରୁ ମୋତେ କାହିଁକି ଦୂରେଇ ରଖିଛନ୍ତି ବୋଲି ଦୂତୀ ପ୍ରଶ୍ନ କରିଛନ୍ତି।

ସେପଟେ ଭଉଣୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ସରସ୍ୱତୀ ଚାନ୍ଦ । ସେ କହିଛନ୍ତି ଯେ, ଏସମ୍ପର୍କରେ ଯାହା ସତ ଅଛି ତାହା ପଦାକୁ ଆସିବ। ତାଙ୍କ ସମ୍ପର୍କରେ ସମସ୍ତ କଥା ପରିବାରଲୋକେ ଜାଣନ୍ତି। କଣ ସତ ସେ ତାହା ଅଗଷ୍ଟ ମାସ ପରେ ଖୁଲାସା କରିବେ ବୋଲି କହିଛନ୍ତି ସରସ୍ୱତୀ। ସେପଟେ ଦୂତୀ ବିଏମ୍‌ଡବ୍ଲୁ କାର୍‌ ବିକିବା ପ୍ରସଙ୍ଗରେ ମଧ୍ୟ ଭଉଣୀ ସରସ୍ୱତୀ ତାଙ୍କୁ କମେଣ୍ଟ କରି ନିଜ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ପୁଣି ଥରେ ସରସ୍ୱତୀ ଗଡ୍‌ ଫାଦର କଥା ଉଠାଇଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଦୂତୀ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ। ଦୂତୀ ତାଙ୍କ ଗାଁ ଚକ୍ର ଗୋପାଳପୁରର ଜଣେ ଝିଅ ସହ ସଂପର୍କରେ ଥିବା କଥା କହିଥିଲେ। ସେ ତାଙ୍କୁ ହିଁ ବିବାହ କରିବେ ବୋଲି ଦୃଢ଼ଦାର ସହ କହିଥିଲେ। ତାଙ୍କର ଏହି ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି  ତାଙ୍କ ବଡ଼ ଭଉଣୀ ଓ ମା’ ଗୁରୁତର ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.