Latest Odisha News

BREAKING NEWS

ସୋସିଆଲ ମିଡିଆରେ ଚରିତ୍ର ସଂହାର

ଭୁବନେଶ୍ୱର :  ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ଫେସବୁକରେ  ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ।

ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ ଚାନ୍ଦ ଉଠାଇଥିବା କିଛି ଫଟୋକୁ ଫେସବୁକ ପୋଷ୍ଟ କରି ଆକ୍ଷେପ କରିଛନ୍ତି ଦୂତୀ । ପୂର୍ବରୁ ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ଅନେକ କିଛି ପୋଷ୍ଟ କରିଥିଲେ  ଭଉଣୀ ସରସ୍ୱତୀ ଚାନ୍ଦ । ଏବେ ପୁଣି ଯୁବତୀଙ୍କ ସହ ସରସ୍ୱତୀଙ୍କ ଫଟୋକୁ ପୋଷ୍ଟ କରି ପାଲଟା ଆକ୍ରମଣ କରିଛନ୍ତି ଦୂତୀ ।

ଏପରିକି ସରସ୍ୱତୀ ତାଙ୍କ ବିରୋଧରେ ଅପପ୍ରଚାର କରୁଥିଲେ ବୋଲି ସେ ଲେଖିଛନ୍ତି । ମୋ ଭଉଣୀ ଭଲ ନୁହେଁ, ଗୋଟେ ଝିଅ ସହ ତାର ରିଲେସନ ଅଛି। ସବୁଠାରୁ ବଡ଼ କଥା ହେଲା, ସେ ଝିଅଟା ଓଡ଼ିଆ ନୁହେଁ ବାଲାଂଦେଶୀ। ଆଉ ଦୁହିଁଙ୍କ ସମ୍ପର୍କ କେବଳ ଖେଳ ପଡିଆ କି କୋଚିଂ ଭିତରେ ସୀମିତ ନାହିଁ ବରଂ ସୀମା ସହରଦ ଡେଇଁ ବେଡରୁମ ଯାଏଁ ପହଞ୍ଚି ଯାଇଛି। ସରସ୍ୱତୀ ନିଜ ପୁଲିସ୍ ଅଧିକାରିଣୀ ପଦର ଦୂରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଅଭିଯୋଗ କରିଛନ୍ତି ଦୂତୀ ।

ନିଜକୁ ଷଣ୍ଢ ଭାବି ତାକୁ ଗାଈ ବ୍ୟାବହାର କରିବା ଭଳି ଆପତ୍ତିଜନକ କଥା ଲେଖିଛନ୍ତି ଦୂତୀ ଦୁନିଆ ଆଗରେ ନିଜର ଛାତ୍ରୀ ବୋଲି କହି ଖେଳ ଶିକ୍ଷଖାଉଛୁ। ଏପରିକି ସରସ୍ୱତୀ ତାଙ୍କ ବିରୋଧରେ ଅପପ୍ରଚାର କରୁଥିଲେ ବୋଲି ସେ ଲେଖିଛନ୍ତି   । ସରସ୍ୱତୀ ନିଜ ଫେସବୁକ ପୋଷ୍ଟରେ ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ଅନେକ କିଛି ପୋଷ୍ଟ କରିବା ପରେ ବଡ ଭଉଣୀଙ୍କୁ ଟାର୍ଗେଟ କରିଛନ୍ତି ଦୂତୀ । ତାସହ ସେ  ବହୁତ ସହିଲିଣି ସୁଧୁରିଯା ନ ହେଲେ ମୁ ତୋର କଣ କରିବି ତୁ ଭଲଭାବରେ ଜାଣିଛୁ ବୋଲି  ଚେତାବନୀ ଦେଇଛନ୍ତ ଦୂତୀ

ସବୁବେଳେ ଚର୍ଚ୍ଚାରେ ରହୁଥିବା ଦୁଇ ଆଥ୍‌ଲେଟ୍‌ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବେଶ୍‌ କିଛି ଦିନର ନିରବତା ପରେ ଉଭୟ ଭଉଣୀ ଫେସବୁକରେ ବିଷ ଉଗାଳୁଛନ୍ତି । ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଏପରିକି ଉଭୟ ପରସ୍ପର ବିରୋଧରେ ବ୍ୟକ୍ତିଗତ ଭାବେ ଅତି ନିମ୍ନସ୍ତରର ଅରୁଚିକର ଆକ୍ଷେପ ପ୍ରତି ଆକ୍ଷେପ କରିଛନ୍ତି।

 

 

 

 

Leave A Reply

Your email address will not be published.