Latest Odisha News

BREAKING NEWS

ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଖାରଜ କଲା ସିପିସି

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଆଜି ଖଣ୍ଡନ କରିଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପାର୍ଟିର ୨୦ତମ କଂଗ୍ରେସ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହେବ । ୫ ବର୍ଷରେ ଥରେ ହେଉଥିବା ଏହା ସମ୍ମିଳନୀରେ ୨୩୦୦ ପ୍ରତିନିଧି ଯୋଗ ଦେବେ । ଏହି ବୈଠକରେ ଜିନପିଙ୍ଗଙ୍କୁ ବ୍ୟାପକ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ, କିଛି ଦିନ ହେବ ଜିନପିଙ୍ଗଙ୍କ ଗୃହବନ୍ଦୀ ନେଇ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଉଛି । ଚଳିତ ବର୍ଷ ଅପ୍ରେଲରେ ଜିନପିଙ୍ଗ କଂଗ୍ରେସ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲେ ।

ତେବେ ଆଗାମୀ ବୈଠକରେ ନେତୃତ୍ୱ ପରିବର୍ତନ କରାଯିବା ନେଇ ଆଲୋଚନା ହେବାକୁ ଥିବାରୁ ଏହାର ଗୁରୁତ୍ୱ ବଢ଼ିଯାଇଛି । ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ୨୦୧୨ ପରଠାରୁ ଜିନପିଙ୍ଗ ପାର୍ଟି ଭିତରେ ନିଜ ସ୍ଥିତି ସମ୍ପୂର୍ଣ୍ଣ ଭାବେ ମଜଭୁତ କରି ରଖିଛନ୍ତି । ତାଙ୍କ ସମକକ୍ଷ ନେତାଙ୍କୁ ସେ ଉପରକୁ ଉଠିବା ପାଇଁ ସୁଯୋଗ ଦେଇ ନାହାନ୍ତି । ଭ୍ରଷ୍ଟାଚାର ବିରୋଧରେ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ସେ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ।

Leave A Reply

Your email address will not be published.