Latest Odisha News

BREAKING NEWS

ଆଜି ଭାରତର ଦୁଇ ମହିଳା ଚାମ୍ପିୟନ ରେସର ଦୂତି, ହିମାଙ୍କ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ପଟିଆଲାର ନେତାଜୀ ସୁବାଷ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟସ (ଏନଏସଏନଆଇଏସ)ରେ ଆଜି ଗ୍ରାଁପ୍ରି-୨ର ମୁକାବିଲା ଭାରତୀୟ ଆଥଲେଟପ୍ରେମୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଥର ଦେଶର ଦୁଇ ପ୍ରତିଭାସମ୍ପନ୍ନ ମହିଳା ଆଥଲେଟ ଓଡିଶାର ଦୂତି ଚାନ୍ଦ ଏବଂ ଆସାମର ହିମା ଦାସ ମଧ୍ୟରେ ୧୦୦ ଓ ୨୦୦ମିଟରରେ ପ୍ରତିଦ୍ୱନ୍ଦ୍ୱିତା ହେବ । ୨୦୧୮ ଏସିଆନ୍ ଗେମ୍ସରେ ଦୂତି ରୌପ୍ୟ ପଦକ ଜିତିଥିବା ବେଳେ ହିମା ଆଇଏଏଏଫ ୨୦ ବର୍ଷରୁ କମ୍ ଚାମ୍ପିୟନଶିପରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ପ୍ରଥମ ଥର ପାଇଁ ୧୦୦ ଓ ୨୦୦ ମିଟରରେ ଭାଗ ନେଉଛନ୍ତି ।

BjdElectrycity

ଆମ ଭିତରେ କୌଣସି ପ୍ରକାର ମୁକାବିଲା ନେଇ ଆଲୋଚନା କରା ନ ଯାଉ ବୋଲି ଦୂତି କହିଛନ୍ତି । ଏହା ଦ୍ୱାରା ଖେଳୁଆଡ ମନୋଭାବ ପ୍ରଭାବିତ ହେବ । ପିଠି ସମସ୍ୟା ଯୋଗୁ ହିମା ତାଙ୍କ ଇଭେଂଟ ଚେଂଜ କରିଛନ୍ତି ବୋଲି ଆଲୋଚନା ହେଉଛି । ଦୂତି କହିଛନ୍ତି ମୋର କାହା ସହିତ ମୁକାବିଲା ନାହିଁ, ମୁଁ ମୋ ନିଜ ଟାଇମିଂ ସୁଧାରିବା ସହ ଅଲିମ୍ପିକ ଯୋଗ୍ୟତା ହାସଲରେ ରହିଛି । ମୋର ଶ୍ରେଷ୍ଠ ଟାଇମିଂ ୧୧.୨୨ ସେକେଣ୍ଡ ଥିବା ବେଳେ ଅଲିମ୍ପିକ୍ସ କ୍ୱାଲିଫାଇ ପାଇଁ ୧୧.୧୫ ସେକେଣ୍ଡ ରହିଛି । ଗ୍ରାଁପ୍ରି-୧ରେ ସେ ୧୦୦ ମିଟରରେ ୧୧.୫୧ ସେକେଣ୍ଡ ସମୟ ନେଇ ରେସ୍ ସମ୍ପୂର୍ଣ୍ଣ କରିଥିଲେ ।

Leave A Reply

Your email address will not be published.