Latest Odisha News

BREAKING NEWS

କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍ ଓଲଟି ଜଣେ ମୃତ, ୨୫ ଆହତ

କେନ୍ଦୁଝର: ଘାଟିରେ ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଘାଟିରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବରଯାତ୍ରୀଙ୍କୁ ଧରି ଢେଙ୍କିକୋଟରୁ ରାଉରକେଲା ଫେରୁଥିଲା ସ୍ନେହା ସଫାରୀ ନାମକ ବସ । ଏତିକିବେଳେ କାଞ୍ଜିପାଣି କୁସୁମ ଘାଟିରେ ବସ୍ ଦୁର୍ଘଟଣାର ଶିକାର ହେଲା । ବସରେ ୪୫ ଜଣ ଯାତ୍ରୀ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

Leave A Reply

Your email address will not be published.