କୋରାପୁଟ:ବୈପାରୀଗୁଡା ଥାନା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି । ଆଜି ଭୋର ସମୟରେ ଡିଭିଏଫ ଯବାନ ଚଢ଼ଉ କରି ଏଇ ସବୁ ସାମଗ୍ରୀ ଉଦ୍ଧାର କରିଥିବା ନେଇ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ସୂଚନା ଦେଇଛନ୍ତି।
ସୂଚନାଥାଉକି, ବୈପାରିଗୁଡ଼ା ଥାନା ବାଦୁଡିପାହାଡ଼ ଜଙ୍ଗଲରେ ମାଟି ତଳେ ରଖା ଯାଇଥିଲା ମାଓ ସାମଗ୍ରୀ । ଉଦ୍ଧାର ସାମଗ୍ରୀ ମଧ୍ୟରେ ଗୋଟିଏ ଇନସାସ ରାଇଫଲ, ଛଅଟି ଦେଶୀ ବନ୍ଧୁକ ସାତଟି ଟିଫିନ୍ ବୋମା ମାଓ କ୍ଲେମର ମାଇନ ଗୋଟିଏ (ଅଠର କେଜି) ମାଓ ପୁସ୍ତକ, ମେଡିସିନ ଓ ଖାଦ୍ୟ ସାମଗ୍ରୀ ଥିବା ସୂଚନା ରହିଛି ।
Comments are closed.