Latest Odisha News

BREAKING NEWS

ସମସ୍ୟା ଚେନ୍ନାଇକୁ ପିଛା ଛାଡୁନି, ଆଇପିଏଲରୁ ବ୍ରାଭୋ ଓହରିଲେ

ଦୁବାଇ: ଚଳିତ ଆଇପିଏଲରେ ସମସ୍ୟା ଚେନ୍ନାଇ ସୁପର କିଙ୍ଗ୍‌ସ ପିଛା ଛାଡୁନି । କ୍ରମାଗତ ପରାଜୟ ଯୋଗୁ ପ୍ରାୟତଃ ପ୍ଲେଅଫ ଦୌଡରୁ ବାଦ୍ ପଡିଥିବା ଚେନ୍ନାଇର ଷ୍ଟାର ଖେଳାଳି ଡ୍ୱେନ ବ୍ରାଭୋ ଆଘାତ ସମସ୍ୟା ଯୋଗୁ ଆଇପିଏଲର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ଚେନ୍ନାଇ ଓ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ବ୍ରାଭୋ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିଲେ । ଏହି ମ୍ୟାଚ୍‌ରେ ସେ ମାତ୍ର ୩ ଓଭର୍ ବୋଲିଂ କରିବାକୁ ସକ୍ଷମ ହୋଇଥିଲେ ।

ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି, ଗୋଇଠିରେ ଆହତ ଯୋଗୁ ବ୍ରାଭୋ ପୂରା ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ଏହା ନିଶ୍ଚିତ ଭାବେ ଆମ ପାଇଁ ଏକ ଦୁର୍ଭାଗ୍ୟର ବିଷୟ। ଚଳିତ ଆଇପିଏଲରେ ବ୍ରାଭୋ ୬ଟି ମ୍ୟାଚ୍ ଖେଳି ମାତ୍ର ୭ ରନ୍ କରିଛନ୍ତି । ତେବେ ସେ ୬ଟି ମ୍ୟାଚ୍‌ରେ ୬ଟି ୱିକେଟ ନେଇଥିଲେ ଓ ତାଙ୍କ ଇକୋନୋମି ରେଟ୍ ୮.୫୭ ରହିଥିଲା ।

Leave A Reply

Your email address will not be published.