ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଇଛନ୍ତି। ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ବୁଲଡୋଜର ଉପରେ ତାଙ୍କର ଶେଷ ରାୟ ଦେଇଛନ୍ତି।
ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ହେଉଛି ଯେ ଅବସର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କ’ଣ କରିବେ? ଏହାକୁ ନେଇ ସେ କହିଛନ୍ତି ଯେ ବିଚାରପତି ଥିବାବେଳେ ନିଜର ଏକ ପ୍ରତିଛବି ସୃଷ୍ଟି ହୁଏ। ଆପଣ ସବୁବେଳେ ଲୋକଙ୍କ ଦୃଷ୍ଟିରେ ବିଚାରପତି ହିଁ ରହିବେ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଅବସର ପରେ ଯାହା ବି କରିବି ଭାବି ଚିନ୍ତି କରିବ। ତେବେ ସେ ବର୍ତ୍ତମାନ ସମୟରେ ଏନେଇ କୌଣସି ଚିନ୍ତା କରିନଥିବା ପ୍ରକାଶ କରିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ତାଙ୍କ ପିତା ମଧ୍ୟ ଭାରତର ପ୍ରଧାନ ବିଚାରପତି ଥିଲେ। ଅବସର ପରେ ମଧ୍ୟ ଲୋକମାନେ ତାଙ୍କୁ ସମ୍ମାନର ସହ ଦେଖୁଥିଲେ। ତେବେ ଯେଉଁ କାର୍ଯ୍ୟ ମଧ୍ୟ ମୁଁ ଅବସର ପରେ କରିବି, ତାହା ସେହି ସଚ୍ଚୋଟତାର ପ୍ରତୀକ ହେବା ଆବଶ୍ୟକ।
Comments are closed.