Latest Odisha News

BREAKING NEWS

ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା: ରାଜଧାନୀରେ ଗଡିବ ବ୍ୟାଟେରୀ ଚାଳିତ ବସ୍

ଭୁବନେଶ୍ୱର: : ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା  । ଖୁବ୍‌ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍‌ ସାମିଲ ହେବ ବୋଲି  ‘ମୋ ବସ’ ସେବା, କ୍ରୁଟ୍‌ ସଂପର୍କରେ ସମୀକ୍ଷା କରି ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ରାଜ୍ୟ ରାଜଧାନୀ ସହରାଂଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍‌ , ‘ମୋ ବସ’ ସେବା ଆଜି ଏକ ଅତ୍ୟାଧୁନିକ ଆରାମ ଦାୟକ ଜନସାଧାରଣ ପରିବହନ ବ୍ୟବସ୍ଥା ଭାବେ ଉଭା ହୋଇଛି ।

ସହରୀ ଯାତାୟତ ସେବାରେ ସଂସ୍କାର ଆଣିୁବାର ଆଦର୍ଶ ଭାବେ ଜାତୀୟ ସ୍ତରରେ ଏକ ମଡେଲ । ବର୍ତ୍ତମାନ ୩୨ ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ ଟି ବସ୍‌ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଏହି ସବୁ ବସ୍‌ ଗୁଡିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି ।

୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ଇ-ରାଇଡ୍‌, ଇ-ରିକ୍ସା ସେବା ଆରମ୍ଭ କରାଯାଇଛି ।

ଏହା ମାଧ୍ୟମରେ ଲୋକମାନେ ମୋ ବସ୍‌ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‌ ଧରି ନିଜ ଗନ୍ତବ୍ୟ ସ୍ଥଳିକୁ ଯାଇପାରିବେ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି । ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‌ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡକଣ, ପୋଖରିୁଟ ଓ ନରାଜ ଠାରେ ଡିପୋ କମ୍‌ ଅଫିସ ନିର୍ମାଣ କାର୍ଯ୍ୟ ଚାଲିଛି ।

କ୍ୟାପିଟାଲ ରିଜିଅନର ବିଭିନ୍ନ ଅଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍‌ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.