Latest Odisha News

BREAKING NEWS

E-Challan: ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ, ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ । ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ଵ। ମୋବାଇଲ ନମ୍ବର ଅପଡେଟ ରଖି ନ ଥିବାରୁ ବେଳେ ବେଳେ ଗାଡି ମାଲିକଙ୍କୁ OTP ଠିକ ଭାବେ ଯାଇ ନଥାଏ।

ଆଉ କେଉଁଠି ଦୁର୍ବଳ ଇଣ୍ଟରନେଟ ପାଇଁ ମଧ୍ୟ ଗାଡ଼ି ମାଲିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ଏହା ସହାୟକ ହେବ । ଏଥି ସହ ଅନଲାଇନରେ ପୂର୍ବ ଭଳି https://echallan.parivahan.gov.in/ ମଧ୍ୟ ଇ- ଚାଲାଣ ପୈଠ କରିହେବ ।

Leave A Reply

Your email address will not be published.