ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୩୧ ଯାଏଁ ଇ-କେୱାଇସି ଅବଧି ବୃଦ୍ଧି କଲେ ସରକାର । ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ନିକଟସ୍ଥ ଇପିଏସ କିମ୍ବା ରାସନ ଯୋଗାଣ କେନ୍ଦ୍ରରେ ଇ-କେୱାଇସି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ତେବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୮ ଲକ୍ଷ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ୧୫ ପର୍ଯ୍ୟନ୍ତ ଥିବା ଅବଧିକୁ ଏମାସ ଶେଷ ଯାଏଁ ବଢ଼ାଇ ଦିଆଯାଇଛି । ଏନେଇ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ବିଭାଗ ଅତିରିକ୍ତ ସଚିବ । ତେବେ ଜାନୁଆରୀ ୧୫ ସୁଦ୍ଧା ଅନ୍ୟୁନ ୯୦ ପ୍ରତିଶତ ଇ-କେୱାଇସି ଅପଡେଟ୍ କରେଇବାକୁ ଲକ୍ଷ ରଖାଯାଇଛି ।
ରାସନ କାର୍ଡଧାରୀଙ୍କ ପରିଚୟ ଯାଞ୍ଚ କରିବାକୁ ସରକାର ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି। ନକଲି ରାସନ କାର୍ଡ ଏବଂ ଠକେଇକୁ ରୋକିବାରେ ଏହା ସାହାଯ୍ୟ କରିବ । ଇ-କେୱାଇସି ବିନା, ରାସନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ଜାଣିବା କାଠିକର ପାଟ ହୋଇଯିବ । ଫଳରେ ଦେଶ ତଥା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଫାଇଦା ଉଠାଇବେ । ପୂର୍ବରୁ ଡିସେମ୍ବର ୩୧ ଏହି ଇ-କେୱାଇସି କରିବାର ଶେଷ ତାରିଖ ଥିଲା । ଏହାପରେ ସମୟସୀମା ବଢାଇ ଜାନୁଆରୀ ୧୫ ପର୍ଯ୍ୟନ୍ତ କରିଥିଲେ ରାଜ୍ୟ ସରକାର । ଆଜି ପୁଣୀ ଥରେ ଏହାର ସମୟ ସୀମା ବଢାଇ ଜାନୁଆରୀ ୩୧ ଯାଏଁ କରାଯାଇଛି ।