Latest Odisha News

ମାସକ ମଧ୍ୟରେ ସରିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ

ଭୁବନେଶ୍ୱର: ଓଡିଶାରେ ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଶେଷ ହେବ। ଏନେଇ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଶନିବାର ସୂଚନା ଦେଇଛନ୍ତି।

ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨.୩୦କୋଟିରୁ ଅଧିକ ଇ-କେୱାଇସି ଯାଞ୍ଚ ସଫଳ ହୋଇଥିବା ବେଳେ ୧ କୋଟି ଯାଞ୍ଚ ହେବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଇ-କେୱାଇସି କୁ ନେଇ ସେ କହିଛନ୍ତି ଯେ ଏହା ହିତାଧିକାରୀ ତାଲିକାରୁ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

 

Leave A Reply

Your email address will not be published.