Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ରେ ସାଇମୁନ୍ ୨୦୨୦ ଉଦ୍‌ଯାପିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍‌ସ୍ (ସାଇମୁନ୍‌)ର ଅଷ୍ଟମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଅଛି।

ସାଇମୁନ୍ ସମ୍ପୂର୍ଣ୍ଣ ଭାବେ ଏକ ଯୁବ ସମାବେଶ ଯେଉଁଥିରେ ବିଶ୍ୱର ପ୍ରମୁଖ ସମସ୍ୟା ଓ ତାହାର ସମାଧାନ ଉପରେ ଅନଲାଇନ୍ ଅଧିବେଶନ ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା ।

ମୁଖ୍ୟ ଅତିଥିଭାବେ ବ୍ରିଟିଶ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଡାଇରେକ୍ଟର ବାରବରା ୱିକହାମ୍‌, ଉଗାଣ୍ଡାର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଏଚ.ଇ. କିୱାଲାବାଇ ମେଲ୍ ଡାଭିଡ଼୍‌, ଜାତିସଂଘ ଜଳବାୟୁ ପରିର୍ବନର ଯୁବ ପରାମର୍ଶଦାତା ଅର୍ଚ୍ଚନା ସୋରେଙ୍ଗ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡଃ ବିଜୟ କୁମାର ସାହୁ ସାଇମୁନ୍‌ରେ ଅଂଶଗ୍ରହଣ କରିଥିବା ଯୁବ ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରିଥିଲେ।

ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ହାସଲ ପାଇଁ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଏକ କରିପାରିବ ବୋଲି କହିଥିଲେ ଏବଂ ଦେଶ ଓ ବିଦେଶର ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଆନ୍ତର୍ଜାତୀୟ ସ୍ତରର ଅନଲାଇନ୍ ସମ୍ମିଳନୀ ଅଗଷ୍ଟ ୧୩ ଓ ୧୪ ଦୁଇ ଦିନ ଧରି ଚାଲିଥିଲା । ଏଥିରେ ଦେଶର କୋଣ ଅନୁକୋଣରୁ ୩୬ଟି ସ୍କୁଲର ୭୫୦ ରୁ ଅଧିକ ଜାତୀୟ ଡ଼େଲିଗେଟ୍ ଏବଂ ୯ଟି ଭିନ୍ନ ଭିନ୍ନ ଦେଶରୁ ଆନ୍ତର୍ଜାତୀୟ ଡ଼େଲିଗେଟ୍ ଅନଲାଇନ୍‌ରେ ସାମିଲ୍ ହୋଇଥିଲେ।

ଏହି ଦେଶମାନଙ୍କ ମଧ୍ୟରେ ଭାରତ ସମେତ ଆମେରିକା, ସାଉଦିଆରବିଆ, ଅଷ୍ଟ୍ରେଲିଆ, ଭିଏତନାମ୍‌, ଶ୍ରୀଲଙ୍କା, ଜାପାନ, ଇଣ୍ଡୋନେସିଆ, ଉଗାଣ୍ଡା ଆଦି ଦେଶ ଏବଂ ୧୮ଟି ରାଉଣ୍ଡ ସ୍କୋୟାର ସ୍କୁଲ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ।

ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ଗଢ଼ିବା, ଆପୋଷ କଥାର୍ବାା ମାଧ୍ୟମରେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଇତ୍ୟାଦି ଆଲୋଚନା କରାଯାଏ ।

ଆଲୋଚନା ପର୍ଯ୍ୟାଲୋଚନା ପରେ ବିଭିନ୍ନ ସମସ୍ୟାର ସମାଧାନର ସରଳ ଉପାୟ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରିତ କରାଯାଏ ।

“ବସୁଧୈବ କୁଟୁମ୍ବକମ୍‌’, ସାରା ବିଶ୍ୱ ଗୋଟିଏ ପରିବାର ଶୀର୍ଷକ ର୍ବାାନେଇ ସାଇମୁନ୍‌ର ଉଦ୍‌ଯାପନି ଉତ୍ସବରେ ଯୋଗଦେଇଥିବା ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନେ ବିଦାୟ ନେଇଥିଲେ।

Leave A Reply

Your email address will not be published.