Latest Odisha News

BREAKING NEWS

ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମୀରେ ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମୀ ଆନିକୁଲ୍ୟରେ ଆୟୋଜିତ ନବ ନିଯୁକ୍ତ ଉପ ସହାକାରୀ କାରାପାଳ ମାନଙ୍କର ମୌଳିକ ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ ଗତ ମାସ ୧୫ ତାରିଖଠାରୁ ଆରମ୍ଭ ହୋଇ ଆଜି ଉଦଯାପନ ହୋଇଛି।

ଉଦଯାପନ ଦିବସରେ ଓଡିଆ କାରାଗାର ସମୁହର ମହା ନିର୍ଦ୍ଦେଶକ ତଥା ସଂସ୍କାର ସେବା ର ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟ୍ୟାୟ ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ।

ତାଲିମ କାର୍ଯ୍ୟକ୍ରମରେ ସାମିଲ୍ ୩୯ ଜଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଅଧିକାରୀ ମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଯତ୍ନବାନ ହେବା ସଂଗେ ସଂଗେ ନିଜକୁ ଶାରିରୀକ ଓ ମାନସିକ ସ୍ତରରେ ଦକ୍ଷ ରହିବାକୁ ପରାମର୍ଶ ଦେବା ସଂଗେ ସଂଗେ ଚାକିରି କାଳ ଶେଷ ପରେ ମଧ୍ୟ ଏ ବିଭାଗକୁ ଅବୈତନିକ ସେବା ପ୍ରଦାନ କରିବାର ମନୋବୃତ୍ତି ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଅଧିକାରୀ ମାନେ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିବାରେ ଯଦି କିଛି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତେବେ ସେମାନେ ତାଙ୍କ ପାଖରେ ଥିବା ଅଭିଜ୍ଞ ଅଧିକାରୀ ଓ ଏକାଡେମୀରେ ଥିବା ଅଭିଜ୍ଞ ଅଧିକାରୀଙ୍କ ସାହାଯ୍ୟ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଏକାଡେମୀର ଉପ ନିର୍ଦ୍ଦେଶକ ଅନୂସୟା ଜେନା, ଉପ ନିର୍ଦ୍ଦେଶକ ସୁଦୀପ୍ତା ପାଣିଗ୍ରାହୀ, ସହକାରୀ ନିର୍ଦ୍ଦେଶକ ଡଃ ବୀର କିଶୋର ଦାଶ, ସହକାରୀ ନିର୍ଦ୍ଦେଶକ ତଥା ରେଜିଷ୍ଟ୍ରାର୍ ସମୀର ରଂଜନ ସାହୁ ଓ ସହକାରୀ ନିର୍ଦ୍ଦେଶକ ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ତାଲିମ୍ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କାରାଗାରରେ ନବ ନିଯୁକ୍ତ ଉପ ସହାକାରୀ କାରାପାଳ ମାନଙ୍କୁ ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କାରା ପରିଚାଳନା ଓ ସଂସ୍କାର ସେବାରେ ଉପଯୋଗୀ ବିଭିନ୍ନ ବିଷୟରେ ଯଥା କାରା ପରିଚାଳନା, ଆକାଉଣ୍ଟସ୍ ଓ ଚାକିରି ନିୟମ, ସମାଜ ଶାସ୍ତ୍ର, ମନୋବିଜ୍ଞାନ, ମାନବିକ ଅଧିକାର, ଅପରାଧ ବିଜ୍ଞାନ ଓ କମ୍ପ୍ୟୁଟର ବ୍ୟବହାର ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା।

ଏକାଡେମୀର ସମସ୍ତ ପ୍ରଶିକ୍ଷକ ଓ ବିଭିନ୍ନ କାରାଗାରରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ଯଥା କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧିକ୍ଷକ ଶୁଭକାନ୍ତ ମିଶ୍ର, ରାଉରକେଲା ବାଳକ ସୁଧାର ଆବାସର ଅଧିକ୍ଷକ ହିମାଂଶୁ ଶେଖର ମିଶ୍ର, ଭବାନୀପାଟଣା ଜିଲ୍ଲା କାରାଗାରର ଅଧିକ୍ଷକ ମନୋରଞ୍ଜନ ପ୍ରତିହାରୀ, ଭୁବନେଶ୍ବର ସ୍ବତନ୍ତ୍ର କାରାଗାରର ଅଧିକ୍ଷକ ଧିରେନ୍ଦ୍ର ନାଥ ବାରିକ, ରାଉରକେଲା ସ୍ବତନ୍ତ୍ର କାରାଗାରର କାରାପାଳ ନିରାକାର ପାଢୀ, ଜୟପୁର ଉପ କାରାଗାରର କାରାପାଳ ଓ ଅଧିକ୍ଷକ ଲଲାଟେନ୍ଦୁ ଭୂଷଣ ଦାସ, କାରା ନିର୍ଦ୍ଦେଶାଳୟର ଦୁଇଜଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ ଓ ଭକ୍ତ ବତ୍ସଳ ସାମଲ ପ୍ରମୁଖ ଏହି ତାଲିମ୍ କାର୍ଯ୍ୟକ୍ରମରେ ନିଜ ନିଜ ବିଷୟରେ ତାଲିମ୍ ପ୍ରଦାନ କରିଥିଲେ।

ପ୍ରଶିକ୍ଷାର୍ଥୀ ମାନେ ଏହି କାର୍ଯ୍ୟକ୍ରମରେ ଆଗ୍ରହର ସହ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏକାଡେମୀର ସହକାରୀ ନିର୍ଦ୍ଦେଶକ ତଥା ରେଜିଷ୍ଟ୍ରାର୍ ସମୀର ରଂଜନ ସାହୁ କମ୍ପ୍ୟୁଟର ସହାୟତା ପ୍ରଦାନ କରିବା ସଂଗେ ସଂଗେ ପରିଚାଳନା କରିଥିଲେ।

ସୂଚନା ଥାଉ କି ଏହି ପରି ଆଉ ଏକ ତାଲିମ କାର୍ଯ୍ୟକ୍ରମ ଆଗାମୀ ୧୯ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୧୮ ତାରିଖରେ ଉଦଯାପନ ହେବ ଯେଉଁଥିରେ ଚାଳିଶ ରୁ ଉର୍ଦ୍ଧ ଉପ ସହାକାରୀ କାରାପାଳ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.