Latest Odisha News

ଅନୁଗୁଳ ପୌରପାଳିକା ଏବଂ ୟୁନିସେଫ୍‌ର ମିଳିତ ସହଭାଗିତାରେ ଇ-ଶୌଚାଳୟ ସେବାର ଶୁଭାରମ୍ଭ

ଭୁବନେଶ୍ୱର; ସହର ପରିମଳ ଏବଂ ଜୀବିକା ନିର୍ବାହରେ ଏକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଅନୁଗୁଳ ପୌରପାଳିକା ସଂଜିବନୀ ମାର୍କେଟରେ ଏମ୍‌.ଇ.ଏସ୍‌.ଏଚ୍‌(ମାଇକ୍ରୋ ଏଣ୍ଟରପ୍ରାଇଜ୍ ଫର୍ ସାନିଟେସନ୍ ଆଣ୍ଡ୍ ହେଲ୍‌ଥ) କାର୍ଯ୍ୟକ୍ରମ ଅନୁଯାୟୀ ଇରାମ ସାଇଂଟିଫିକ୍ ଓ ୟୁନିସେଫ୍ ସହଭାଗିତାରେ ଏକ ଇ-ଶୌଚାଳୟ ଉଦ୍‌ଘାଟିତ କରିଛି ।

BjdElectrycity

ଅନୁଗୁଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଦ୍ୱାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ମୋନିକା ନିଲ୍‌ସେନ୍‌, ୟୁନିସେଫ୍ ଓଡିଶା ମୁଖ୍ୟ,ସୂରାଇ ମଜୁମଦାର୍‌, ୱାଟର୍ ସାନିଟେସନ୍ ହାଇଜିିନ ସ୍ପେସିଆଲିଷ୍ଟ୍‌, ୟୁନସେଫ, ଭାରତ ଓ ସିପ୍ରା ସକ୍ସସେନା ୱାଟର୍ ସାନିଟେସନ୍ ହାଇଜିିନ ସ୍ପେସିଆଲିଷ୍ଟ୍‌, ୟୁନସେଫ, ଓଡିଶା, ଯୋଗ ଦେଇଥିଲେ ।

ଉକ୍ତ ଇ-ଶୌଚାଳୟର ପରିଚାଳନା ଦାଇତ୍ୱ ସପ୍ତରଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଛି । ଏହି ସ୍ୱୟଂ ସହାୟକ ଗୋଷ୍ଠି ଶୌଚାଳୟ ପାଖରେ ଏକ ଖାଦ୍ୟ ଏବଂ ପାନୀୟ କିଓକ୍ସ ମଧ୍ୟ ଚଳାଇବେ । ସପ୍ତରଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀ ହେଉଛି କିନ୍ନରମାନଙ୍କର ଏକ ସଂଗଠନ ଏବଂ ଏହି ପଦକ୍ଷେପ ଦ୍ୱାରା ଗୋଷ୍ଠୀର କିନ୍ନର ସଦସ୍ୟମାନଙ୍କ ପାଇଁ ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି ହେବ । ଜିଲ୍ଲା ପ୍ରଶାସନ ଜମି, ଜଳ ଏବଂ ସ୍ୱେରେଜ୍ ସଂଯୋଗ ପ୍ରଦାନ କରୁଥିବା ବେଳେ ୟୁନିସେଫ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଇ-ଟଏଲେଫ୍ ପ୍ରକଳ୍ପ ପାଇଁ ବୈଷୟିକ ସହାୟତା ପ୍ରଦାନ କରିଛି ।

ଉକ୍ତ ଉତ୍ସବରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ପୌରଯନ୍ତ୍ରୀ ସିମାଞ୍ଚଳ ମିଶ୍ର, ସହ-ନିର୍ବାହିଯନ୍ତ୍ରୀ,ରବିନ୍ କୁମାର ଦାସ ଓ ପୌରପାଳିକାର ସମସ୍ତ କର୍ମଚାରୀ, ଡି-ଏମ୍‌-ଏଫ୍ ସଂସ୍ଥାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶୁଭାସିଷ୍ ସାମଲ ଅର୍ବାନ ପ୍ଲାନର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.