Latest Odisha News

BREAKING NEWS

ପାକିସ୍ତାନରେ ପ୍ରତ୍ୟେକ ନାଗରିକ ମୁଣ୍ଡରେ ୧ଲକ୍ଷ ୭୫ ହଜାର ଋଣ !

ଇସଲାମବାଦ: ପାକିସ୍ତାନ କାଙ୍ଗାଳ ହେଉଛି । ଏବେ ପ୍ରତ୍ୟେକ ନାଗରିକ ମୁଣ୍ଡରେ ୧ଲକ୍ଷ ୭୫ ହଜାର ଋଣ ରହିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମୁଣ୍ଡପିଛା ଋଣ ୫୪୯୦୧ ବଢ଼ିଛି । ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ଅଭିଯୋଗ ଆଣିଛି ଯେ, ଇମ୍ରାନ ଏଫଆରଡିଏଲ ନିୟମକୁ ଉଲ୍ଲଂଘନ କରିଛନ୍ତି । ତାଙ୍କର କେତେକ ନୀତି ଯୋଗୁ ଦେଶର ଆର୍ଥୀକ କ୍ଷତି ଜିଡିପି ୮.୬ ପ୍ରତିଶତ ରହିଛି । ଏହା ୪ ପ୍ରତିଶତରୁ କମ୍ ହେବା କଥା ନୁହେଁ ।

ଇମ୍ରାନଙ୍କ ସରକାର ଏହି କଥା ଜନସାଧାରଣଙ୍କୁ ଲୁଚାଇଥିଲେ । ପାକିସ୍ତାନ ଉପରେ ଏବେ ୩୩୫୯୦ ଟ୍ରିଲିୟନ ଅର୍ଥର ଋଣ ରହିଛି । ଇମ୍ରାନଙ୍କ ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ୧୪ ପ୍ରତିଶତ ବୃଦ୍ଧି ପାଇଛି ।

Comments are closed.